ରାଇରଙ୍ଗପୁରରେ ମା କାଳୀଙ୍କ ପୂଜା ମହାସମାରୋହରେ ପାଳିତ

ରାଇରଙ୍ଗପୁର,(ୱାଇଏନଏସ):ମା କାଳୀ ହେଉଛନ୍ତି ଶକ୍ତିର ଅନନ୍ଯ ସ୍ବରୂପା l ସାରା ଭାରତବର୍ଷରେ ତାଙ୍କର ପୂଜାର୍ଚ୍ଚନା ଭକ୍ତମାନେ ଖୁବ ଭକ୍ତି ସହକାରେ କରିଥାନ୍ତି l ଏହି ପରିପ୍ରେକ୍ଷୀ ରେ , ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ବଜାର ଡେଲି ମ୍ଯାର୍କେଟ ଠାରେ ଦୀର୍ଘ ୪୫ ବର୍ଷ ହେବ ପ୍ରତିଷ୍ଠିତ ବ୍ଯକ୍ତି ଶମ୍ଭୁଦୟାଲ ଅଗ୍ରଓ୍ବାଲ ଓ ଶିବ ଶଙ୍କର ଭୂତ ତଥା ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଖୁବ ଧୁମଧାମ ଓ ଆନନ୍ଦଉଲ୍ଲାସରେ ମା କାଳୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ସ୍ଥାନୀୟ ଲିଙ୍କ ରୋଡ ଓ୍ବାର୍ଡ ନଂ ୧୫ ଦୁର୍ଗାମଣ୍ଡପ ନିକଟରେ ମା ଶ୍ଯାମାକାଳୀ ପୂଜା କମିଟୀ ଆନୁକୂଲ୍ଯରେ ଦୀର୍ଘ ୪୮ ବର୍ଷ ଧରି ସୁରୁଖୁରରେ ହୋଇଆସୁଅଛି l ଏଥିରେ ପୁରୋହିତ ନୁସିଂହ ଚରଣ ଦାଶଙ୍କ ବେଦମନ୍ତ୍ର ଓ ସ୍ତୁତିରେ ମା କାଳୀଙ୍କ ପୂଜା ଓ ଆରଧନା ହୋଇଥିଲା ବେଳେ କମିଟୀ ର ମୁଖ୍ଯ ଟ୍ରଷ୍ଟି ମନୋଜ ଦାସ, ଟ୍ରଷ୍ଟି ଛୁଟୁପଦ ମୋଦକ, ମାନସ ଓତା, ଶକ୍ତିକାନ୍ତ ଦାସ, ଅନଶନ ମହାନ୍ତ, ସଭାପତି ସୁଭାଷ ମଣ୍ଡଳ, ଉପସଭାପତି ବିମଲ ମହାନ୍ତି, ସମ୍ପାଦକ ଖୁଦୀରାମ ମହାନ୍ତି, କୋଷାଧ୍ଯକ୍ଷ ଦୁଷ୍ମନ୍ତ ଦାସ, ସଦସ୍ଯଗଣ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି, ମନୁ ଚୌଧୂରୀ, ପ୍ରଶାନ୍ତ ପରୀକ୍ଷା, କିଶୋର ମଲ୍ଲିକ, କୁନୁ ରଣା, ପ୍ରଭାତ ପଟ୍ଟନାୟକ (ବୁଲୁ), ବିଶ୍ବବନ୍ଧୁ କବି ତଥା ଅନ୍ଯମାନେ ପରିଚାଳନାରେ ସହଯୋଗ କରିଥିଲେ l ଆଗାମୀ ଦିନରେ ଏଠାରେ ମା କାଳୀଙ୍କର ଭବ୍ଯ ମନ୍ଦିର ପ୍ରତିଷ୍ଠା ହେବ ବୋଲି ମୁଖ୍ଯ ଟ୍ରଷ୍ଟି ମନୋଜ ଦାସ ମତ ପ୍ରକାଶ କରିଛନ୍ତି l ଲାଇଟ ସାଉଣ୍ଡ ଡେକୋରେସନ ରେ ପରିସର ମୁଖରିତ ହୋଇଥିଲା l କମିଟୀ ପକ୍ଷରୁ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l ଏହିପରି ରାଇରଙ୍ଗପୁର ସହରର ରେଳ ଷ୍ଟେସନ ଓ ଅଳାଁଡୁବା ହନୁମାନ ମନ୍ଦିର ନିକଟରେ ମା କାଳୀଙ୍କର ପୂଜାର୍ଚ୍ଚନା ହୋଇଥିଲା l ଏହିପରି ଉପଖଣ୍ଡର ଅନ୍ଯାନ୍ଯ ବ୍ଲକ ମାନଙ୍କରେ ଖୁବ ଆନନ୍ଦ ଉଲ୍ଲାସରେ ଭକ୍ତମାନେ ମା କାଳୀ ଙ୍କର ପୂଜାକାର୍ଯ୍ୟ  କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ