ମୁନିଗୁଡାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର କ୍ଲଷ୍ଟର ହାଉସୁ ପରିସରରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ବଣ୍ଟନ କରାଯାଇଛି। ମୁନିଗୁଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗି ଓ ଦେବେନ୍ଦ୍ର ପାଣିଗ୍ରାହୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧକ୍ଷା ଦୁଃଖିନୀ ନୁଣ୍ଡ୍ରୁକା ସମ୍ମାନିତ ଅତିଥି ବ୍ଲକ ନିର୍ବାହି ଯନ୍ତ୍ରୀ ଭି ଶ୍ରୀନିବାସ ରାଓ,ବ୍ଲକ ଫାଇନାସ ଅଧିକାରୀ ମହେଶ୍ୱର ପାଲକା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସରପଞ୍ଚ ପ୍ରକାଶ କରସିକା,ଅନନ୍ତ ନୁଣ୍ଡ୍ରୁକା,ପାଇକା ଯାକକା, ଉପେନ୍ଦ୍ର ସିକକା ସମିତିସଭ୍ୟ ଶକୁନ୍ତଳା ନୁଣ୍ଡ୍ରୁକା ପ୍ରମୁଖଙ୍କ ସମେତ ଅନ୍ୟ ସରପଞ୍ଚ ଓ ସମିତି ସଭ୍ୟ ଏବଂ ବିଜେପି ସାଧାରଣ ସମ୍ପାଦକ ଭିକାରି ନାହାକ, ବିଜେପି ନେତ୍ରୀ ସୁଶୀଳା ସରାଫ,କବିତା ସାହୁ,ରୁଦ୍ର ପ୍ରସାଦ ମୁଗୁଲି, ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ମାନଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ବ୍ଲକର ନୂତନ ହିତାଧିକାରୀ ଭାବେ ଆବେଦନ କରିଥିବା ସମୁଦାୟ ୧୭ଟି ପଞ୍ଚାୟତ ୯୮ ଜଣଙ୍କୁ ମଧୁବାବୁ ଭତ୍ତା ବଣ୍ଟନ କରାଯାଇଥଲା। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ବଡ଼ବାବୁ ଜିତେନ୍ଦ୍ର ଧର, ପଞ୍ଚାୟତ ନିର୍ବାହି ଅଧିକାରୀ ସୁନୀଲ ଯାଦବ,ଅଞ୍ଜନ ସାହୁ,ରମେଶ ତୁଳ,ଅକ୍ଷୟ ବେହେରା,ମୋନରଞ୍ଜନ ବେହରା,ଗୋବିନ୍ଦ ସୁନା,ସୁମନ ବେହରା, ମାଧବ ମହାନନ୍ଦିଆ,ବ୍ଲକ କର୍ମଚାରୀ ସୁରଜ ମଲ୍ଲିକ,ସସ୍ମିତା ତୁଳ, ଇତିଶ୍ରୀ ମହାପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ।


