ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳନ ପାଇଁ ‘ମନା’ର ପ୍ରସ୍ତୁତି ବୈଠକ

ବାଲେଶ୍ୱର,: ମିଳିତ ନିଶା ନିବାରଣ ଅଭିଯାନ (ମନା)ର ଏକାଦଶତମ ମାସିକ ବୈଠକ ସଭାପତି ଶ୍ରୀଯୁକ୍ତ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ତା ୨୩-୧୧-୨୦୨୬ରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଜଗନ୍ନାଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଓ.ଟି. ରୋଡ଼୍‌ରେ ପାଳନ କରାଯିବା ପାଇଁ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା। ବୈଠକରେ ସାଧାରଣ ସଂପାଦିକା ଶ୍ରୀମତୀ ମମତା ମହାପାତ୍ର, ଉପଦେଷ୍ଟା ସୁବ୍ରତ କର, ଗୀତାଞ୍ଜଳି ସିଂହ, କଲ୍ୟାଣୀ ନନ୍ଦ, ସଞ୍ଜୟ କୁମାର ପଣ୍ଡା (ଖ), ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ, ତ୍ରିଦିବ ନାୟକ, ରମେଶ ଚନ୍ଦ୍ର ଜେନା, ଅକ୍ଷୟ କୁମାର ତ୍ରିପାଠୀ, ଗଙ୍ଗାଧର ପୃଷ୍ଟି, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ପ୍ରଭାକର ସାହୁ (ଖ), ସୁନାମଣି ଜେନା, ବସନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ଭାସ୍କର ମିଶ୍ର ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ