ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ପରିଦର୍ଶନ କଲେ ଶ୍ରୀ ଭେଙ୍କଟେଶ ଜିନ୍ଦଲ

ହାଟଡିହି, (ଓ୍ବାଇଏନଏସ):   ସାମଗ୍ରିକ ଶିକ୍ଷାର ବିକାଶ ଦିଗରେ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ  ସହ ହାତ ମିଳାଇଛି ଜିନ୍ଦଲ ଗ୍ରୁପ୍। ଆଜି ଜିନ୍ଦଲ ଗ୍ରୁପ୍‌ର ଶ୍ରୀ ଭେଙ୍କଟେଶ ଜିନ୍ଦଲ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ  ବେରୁଣପଦୀ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଛନ୍ତି । ବିଶ୍ୱସ୍ତରୀୟ ଶିକ୍ଷା ସହିତ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ଲକ୍ଷ୍ୟ ନେଇ ଜିନ୍ଦଲ ଗ୍ରୁପ୍ ପକ୍ଷରୁ ବିଦ୍ୟାଳୟ ପରିସରରେ ‘ନବୀନ ଜିନ୍ଦଲ ବାଳକ ଛାତ୍ରାବାସ ଏବଂ ଶାଲୁ ଜିନ୍ଦଲ ବାଳିକା ଛାତ୍ରାବାସ’ ନିର୍ମାଣ କରାଯାଉଛି। ପ୍ରତିଷ୍ଠାତା ଡଃ ପ୍ରଦୀପ ସେଠୀଙ୍କ ମାର୍ଗଦର୍ଶନରେ  ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ପରମହଂସ ଯୋଗାନନ୍ଦଙ୍କ ଆଦର୍ଶ ଓ ସାମଗ୍ରିକ ବିକାଶର ଦର୍ଶନ ଅନୁସରଣ କରୁଛି। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିନ୍ଦଲ ଗ୍ରୁପ୍‌ର ଶ୍ରୀ ଭେଙ୍କଟେଶ ଜିନ୍ଦଲ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ କରିବା ପାଇଁ ଦିଗଦର୍ଶନ ଦେଇଥିଲେ। ପ୍ରତିଷ୍ଠାତା ଡ଼. ପ୍ରଦୀପ ସେଠୀ ସତ୍ୟନିଷ୍ଠା, ଶୃଙ୍ଖଳା ଏବଂ ମାନବ ସେବାର ଭାବନା ଦ୍ୱାରା ପରିଚାଳିତ ଆକାଂକ୍ଷା ମଣିଷର ଆନ୍ତରିକ ବିକାଶର ଏକ ମାଧ୍ୟମ ହୋଇପାରେ ବୋଲି ମତବ୍ୟକ୍ତ କରିଥିଲେ। ଶୈକ୍ଷିକ ଜ୍ଞାନ ହୁଏତ ସଫଳତାର ଦ୍ୱାର ଖୋଲିପାରେ, କିନ୍ତୁ ସେହି ସୁଯୋଗକୁ ଜଣେ ମଣିଷ କିପରି ବ୍ୟବହାର କରିବ ତାହା ଉପରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ଡ଼. ଅଶୋକ କୁମାର ପୁହାଣ ଯୋଗଦେଇ ଏହି ବିଦ୍ୟାଳୟ ଦ୍ୱାରା ଏ ଅଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇ ପାରିବେ ତାହା ଉପରେ ମତ ରଖିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ  ମିଲନ ବାନାର୍ଜୀ, ପ୍ରଶାସନିକ ଅଧିକାରୀ ସୁଶ୍ରୀ ସୁମନ ଗୁପ୍ତା, ବରିଷ୍ଠ ଯନ୍ତ୍ରୀ  ରାଧାକାନ୍ତ ସାହୁ ଓ ସମସ୍ତ କର୍ମଚାରୀ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଙ୍ଗୀତ, ରବୀନ୍ଦ୍ର ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସୁନ୍ଦର ପରିବେଶ ଓ ଛାତ୍ରଛାତ୍ରୀଙ୍କ ଅସାଧାରଣ ପ୍ରତିଭା ଦେଖି ଶ୍ରୀ ଜିନ୍ଦଲ ଅତ୍ୟନ୍ତ ଆନନ୍ଦିତ ଓ ଅଭିଭୂତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ