ଅଙ୍ଗନୱାଡ଼ି କର୍ମୀଙ୍କ ଗଣ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ
ଦିଗପହଣ୍ଡି(ଅଳକ ନାଥ ମିଶ୍ର) :ଭାରତୀୟ ମଜଦୂର ସଂଘ ସହବନ୍ଧିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିଜ ଓ୍ବାର୍କରସ ଆସୋସିଏସନ ଦିଗପହଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ( ଆଇସିଡିଏସ )କାର୍ଯ୍ଯାଳୟ ସମ୍ମୁଖରେ ବୁଧବାର ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ରାଜ୍ୟ ସଂଘର ଆହ୍ବାନ କ୍ରମେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରାଯିବା।ଯେ ପର୍ଯ୍ୟନ୍ତ କର୍ମଚାରୀ ର ମାନ୍ୟତା ପ୍ରଦାନ କରାନଯାଇଛି ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ମାସିକ ୩୦ ହଜାର ଏବଂ ସହାୟିକା ମାନଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯିବା।ଗତ ୨୦୨୪ ନିର୍ବାଚନ ଇସ୍ତାହାର ଘୋଷଣା ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ତୁରନ୍ତ ପ୍ରଦାନ କରାଯିବା।ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରତିବର୍ଷ ନିୟମିତ ବ୍ୟବଧାନରେ କରାଯିବା ସହ ସହାୟିକା ମାନଙ୍କ ପଦୋନ୍ନତିରେ ବାଧକ ସାଜିଥିବା ବୟସ ସୀମା କୁ ଉଚ୍ଛେଦ କରାଯିବା ପ୍ରଭୃତି ୬ ଦଫା ଦାବୀ ନେଇ ଅଙ୍ଗନୱାଡ଼ି କର୍ମୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରି କାର୍ଯ୍ଯାଳୟ ନିକଟରେ ପହଞ୍ଚିବା ପରେ ଦୀର୍ଘ ସମୟ ଧରି ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ବ୍ଲକ ସଭାନେତ୍ରୀ ବନିତା ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସରକାର ସଂଘର ଦାବୀ ଗୁଡିକୁ ଅବିଳମ୍ବେ ପୂରଣ ନକଲେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ।ସେହିଭଳି ବ୍ଲକ ସମ୍ପାଦିକା ସୁଲୋଚନା ରଥ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ସଂଘର ସମସ୍ତ ଦାବୀ ହାସଲ ଯାଏ ଐକ୍ଯବଦ୍ଧ ସଂଗ୍ରାମ ଜାରି ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ।ଶତାଧିକ ଅଙ୍ଗନବାଡି କର୍ମୀ ଏହି ଆନ୍ଦୋଳନରେ ସାମିଲ ଥିଲେ।


