ବାଲିଯାତ୍ରା ପାଇଁ ୧୫ଟି ପାର୍କିଂ ସ୍ଥଳୀ, ଅଧିକ ପାର୍କିଂ ଫି’ ଆଦାୟ ହେଲେ ପୋଲିସକୁ ଜଣାଇବାକୁ ଡିସିପିଙ୍କ ଅପିଲ୍

କଟକ, (ଓ୍ବାଇଏନଏସ): ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କ ଯାତାୟାତ ଓ ପାର୍କିଂ ସମସ୍ୟା ଦୂର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଯାତ୍ରା ପଡ଼ିଆର ଉଭୟ ପାର୍ଶ୍ୱରେ ମୋଟ ୧୫ଟି ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି। ଚହଟା, ଖ୍ରୀଷ୍ଟିଆନ ପଡ଼ିଆ, ଗୋରାକାବର, ଦୟା ଆଶ୍ରମ, ଉପର ପଡ଼ିଆ, ମାତା ମଠ ଓ ବୋଟ୍ କ୍ଲବ୍ ସମେତ ବିଭିନ୍ନ ସ୍ଥାନରେ ଗାଡ଼ି ରଖିବାର ସୁବିଧା କରାଯାଇଛି। ଏଥିସହ ଆପ୍ ମାଧ୍ୟମରେ ପାର୍କିଂ ସ୍ଥଳରେ ଖାଲି ସ୍ଥାନ ଉପଲବ୍ଧତା ସମ୍ପର୍କରେ ରିଅଲ୍ ଟାଇମ୍ ସୂଚନା ମଧ୍ୟ ମିଳିପାରୁଛି। ସେହିପରି ବିଡ଼ାନାସୀଠାରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ସହ ସେଠାରୁ ଦର୍ଶକଙ୍କୁ ବାଲିଯାତ୍ରା ପଡ଼ିଆକୁ ନେବା ଆଣିବା ପାଇଁ କ୍ରୁଟ୍ ପକ୍ଷରୁ ୭୦ଟି ବସ୍ ନିୟୋଜିତ କରାଯାଇଛି। ରବିବାର ଛୁଟିଦିନରେ ବାଲିଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଏହି ବସ୍ ସେବା ଓ ପାର୍କିଂ ବ୍ୟବସ୍ଥା ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣରେ ସହାୟକ ହେବ ବୋଲି ଆଶା ରହିଛି।ଅନ୍ୟପକ୍ଷରେ ପାର୍କିଂ ସ୍ଥଳରେ ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ଆଦାୟ କରାଗଲେ ନିକଟସ୍ଥ ପୋଲିସ ଏଡ୍ ପୋଷ୍ଟରେ ଅଭିଯୋଗ କରିବାକୁ କଟକ ଡିସିପି ଋଷିକେଶ ଖିଲାରି ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି। ଦର୍ଶକଙ୍କ ସୁରକ୍ଷିତ ଓ ସୁବିଧାଜନକ ଯାତାୟାତ ସୁନିଶ୍ଚିତ କରିବାକୁ ଗତକାଲି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଓ ଆଞ୍ଚଳିକ ପରିବହନ ଅଧିକାରୀ ବିଭିନ୍ନ ପାର୍କିଂ ସ୍ଥଳୀ ଓ ପରିବହନ ବ୍ୟବସ୍ଥାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ