ଶସ୍ତା ହେଲା ସୁନା-ରୁପା
ନୁଆଦିଲ୍ଲୀ : ଅଳଙ୍କାରପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ୨୦୨୦ ବର୍ଷ ଆରମ୍ଭରୁ ଶସ୍ତା ହୋଇଛି ସୁନା ଓ ରୁପା। ୧ ଜାନୁଆରୀ ୨୦୨୦ରୁ ସୁନା ଦାମରେ ବଡ ହ୍ରାସ ପରିଲକ୍ଷିତ ହୋଇଛି । ବୁଧବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୧୩୧ ଟଙ୍କା ଖସିଯାଇଛି । ସୁନା ଭଳି ରୁପା ଦାମ୍ ମଧ୍ୟ ହ୍ରାସ ପାଇଛି । ଏକ କିଲୋଗ୍ରାମ ରୁପାର ଦାମ୍ ୫୯୦ ଟଙ୍କା କମ୍ ହୋଇଯାଇଛି । ବୁଧବାର ଦିଲ୍ଲୀ ସରାଫା ବଜାରରେ ସୁନାର ନୂଆ ଦାମ୍ ୩୯,୯୪୯ ଟଙ୍କାରୁ ହ୍ରାସ ପାଇ ୩୯,୮୧୮ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ସୁନା ଭଳି ରୁପା ଦାମରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଏକ କିଲୋଗ୍ରାମ ରୁପାର ଦାମ୍ ୪୮,୨୪୫ ଟଙ୍କାରୁ ହ୍ରାସ ପାଇ ୪୭,୬୫୫ ଟଙ୍କା ହୋଇଯାଇଛି ।