ଗଞ୍ଜାମ ଥାନା ତରଫରୁ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ

ଗଞ୍ଜାମ ,(ଯୁଗାବ୍ଦ ନ୍ୟୁଜ୍‌):ଗଂଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟ ପରିସର ରେ ବରିଷ୍ଠ ନାଗରିକମାନଙ୍କୁ ଗଂଜାମ ଥାନା ପୁଲିସ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଗଂଜାମ ଥାନା ଆଇ. ଆଇ.ସି ଦିଲୀପ କୁମାର ସାହୁ ଏବଂ ତାଙ୍କ କର୍ମଚାରୀଙ୍କ ଉପସ୍ଥିତ ରେ ପରିଷଦ ର ୨୦ଜଣ ସଦସ୍ୟ ଙ୍କୁ ଆଇ. ଆଇ. ସି ଏହି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ନାଗରିକ ମାନଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ପତିତପାବନ ମହାପାତ୍ର, ସଭାପତି ଲିଙ୍ଗରାଜ ପଟ୍ଟନାୟକ ସାଧାରଣ ସମ୍ପାଦକ ଗୌରୀଶଙ୍କର ପାଢ଼ୀଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ