ରାସ୍ତାରେ ଜଳିଗଲା ମାଲବାହି ଟ୍ରକ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭଂଜନଗର ନିକଟସ୍ଥ ତାରାସିଙ୍ଗ ପଂଚାୟତ ଠାରୁ ମାତ୍ର ୨ଶହ ମିଟର ଦୂରତାରେ ଗୁରୁବାର ଭୋର ପ୍ରାୟ ୩ ଟା ସମୟରେ ଏକ ମାଲବାହି ଟ୍ରକରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଟ୍ରକ ସଂମ୍ପୂର୍ଣ୍ଣ ଜଳିଜାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ସଟସର୍କିଟ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଟ୍ରକଟି ଝାରସୁଗୁଡା ଠାରୁ ଷ୍ଟିଲ ପ୍ଲେଟ ଧରି ତାମିଲନାଡୁ ଅଭିମୁଖେ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ସଂମ୍ପୂର୍ଣ୍ଣଗାଡିଟି ଜଳିପୋଡି ଯାଇଥିବା ବେଳେ ଟ୍ରକର ଡ୍ରାଇଭର ଓ ହେଲପର ସୁରକ୍ଷିତ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ