ପାକିସ୍ତାନ ରେ ବିସ୍ଫୋରଣ ୧୬ମୃତ ୩୦ ଆହତ

ପାକିସ୍ତାନର କ୍ୱେଟା ସହରରେ ଏକ ପରିବା ବଜାରରେ ବମ୍ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ଶିଶୁଙ୍କ ସମେତ ୧୬ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୩୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଏବେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହାକୁ କଡା ସମାଲୋଚନା କରିଛନ୍ତି । ଏହା ସହ ଇମରାନ ଖାନ ଆହତଙ୍କୁ ଉତମ ଚିକିତ୍ସା ଯୋଗେଇ ଦେବା ପାଇଁ କହିଛନ୍ତି । ପାକିସ୍ତାନୀ ଗଣମାଧ୍ୟମରୁ ଏହି ବିଷୟରେ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଆଜି ସକାଳେ କ୍ୱେଟା ସହରରେ ପରିବା ବଜାରରେ ଲୋକମାନେ ପରିବା କିଣିବା ସମୟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲା । ଡିଆଇଜି ଅବଦୁଲ ରଜ୍ଜାକ ଏହି ବିଷୟରେ ସୂଚନା ଦେଇଛନ୍ତି । ତେବେ ପୁଲିସ ଏବେ ଏହି ମାମଲାରେ ତନାଘନା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ