୧୩ ଯାଏଁ ଥରିବ ଓଡ଼ିଶା

ଭୁବନେଶ୍ୱର : ପୁଣି ଲେଉଟିଲା ଥଣ୍ଡା । ପୂର୍ବାନୁମାନ ଅନୁଯାୟୀ ଶନିବାର ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି । ସୋନପୁରରେ ରାଜ୍ୟର ସର୍ବନିମ୍ନ ପାରଦ ୬.୮ ଡିଗ୍ରିକୁ ଖସିଥିବାବେଳେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ମଧ୍ୟ ଥଣ୍ଡା ଅନୁଭୂତ ହୋଇଛି । ଆସନ୍ତା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ଥଣ୍ଡା ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରି ଖସିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବାକି ଅଞ୍ଚଳରେ ବି ପାଖାପାଖି ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆହୁରି କୁହାଯାଇଛି ଯେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଥଣ୍ଡା ବଢ଼ିବ । ଏବେ ରାତିର ତାପମାତ୍ରା ଯେତିକି ରହିଛି ଆଉ ପାଖାପାଖି ୨ ଡିଗ୍ରି କମିବା ସହ କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ବି ଘନ କୁହୁଡ଼ି ଲାଗିରହିବ । ତାହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ୧୩ ତାରିଖ ପରେ ରାତିର ତାପମାତ୍ରା ସାମାନ୍ୟ ବଢ଼ିପାରେ । ତେବେ ଥଣ୍ଡାରେ ସେତେଟା ପରିବର୍ତ୍ତନ ଆସିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ