ଜଗନ୍ନାଥ ଙ୍କ ରାଜାଭିଷେକ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ରବିବାର ବିଜିପୁର ଜଗନ୍ନାଥ ମନ୍ଦିରରେ ପୁଷ୍ପାଭିଷେକ ପାଳନ କରାଯାଇଥିଲା । ଠାକୁରଙ୍କ ପାଖରେ ପହିଲି ଭୋଗ ହୋଇଥିଲା । ଏହି ଅବସରେ ଦିବ୍ୟଜୀବନ ସଂଘ ଗୋସାଣି ନୂଆ ଗାଁ ଭକ୍ତ ମାନଙ୍କ ଦ୍ୱାରା ବିଣ୍ଣୁ ସହସ୍ର ନାମ ଗୀତା ପାଠ,ଭଜନକୀର୍ତ୍ତନ ମହାମନ୍ତ୍ର ପରେ ଠାକୁରଙ୍କ ୧୦୮ ତୁଳସୀ ଓଁ ନମୋ ଭାଗବତ ବାସୁଦେବ ମନ୍ତ୍ର ଉଚ୍ଚାରଣ ସହିତ ଅର୍ପଣ କରାଯାଇଥିଲା । ପରେ ଭକ୍ତମାନେ ପହିଲି ଭୋଗ ପ୍ରସାଦ ସେବନ କରି ନଗର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୋଦ ଦାସ,ସହଦେବ ପାତ୍ର,ବସନ୍ତ କୁମାର ମୁନୀଙ୍କ ସମେତ ମନ୍ଦିରର ବହୁ ସଦସ୍ୟ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ