ଅକ୍ସିଜେନ୍‌ କାରଖାନାରେ ଭୟାବହ ବିସ୍ଫୋରଣ, ୬ ମୃତ

ଅହମ୍ମଦାବାଦ : ଗୁଜରାଟର ଏକ ଅକ୍ସିଜେନ୍‌ କାରଖାନାରେ ଘଟିଛି ଭୟାବହ ବିସ୍ଫୋରଣ। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଗୁଜରାଟର ଭଦୋଦରାରେ ଅବସ୍ଥାପିତ ଅକ୍ସିଜେନ୍‌ କାରଖାନାରେ ଏହି ଦୁର୍ଘଟଣା ଘଟିଥିଲା । ଭଦୋଦରାର ଗଓ୍ବାସଡ୍‌ ଗ୍ରାମର ପାଡ୍ରାରେ ରହିଥିବା ଏହି କାରଖାନାରେ ବିସ୍ଫୋରଣ କାରଣରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ଆହତ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତନ୍ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ବିସ୍ଫୋରଣର କାରଣ ଜଣାପଡିନଥିବା ବେଳେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ