ଜେଟ୍ ଏୟାରୱେଜ ଦରମା ନ ପାଇବାରୁ ଉଡାଣ ଭରିବେ ନାହିଁ ୧୧୦୦ ପାଇଲଟ
ନୁଆଦିଲ୍ଲୀ ଆର୍ଥିକ ଦୁର୍ବଳ ବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଜେଟ୍ ଏୟାରୱେଜ ରେ ବିମାନ ଉଡାଣ କରୁଥିବା ଗତ ୩ ମାସ ହେଲା ଦରମା ନପାଇବାରୁ ୧୧୦୦ ପାଇଲଟ ଆସନ୍ତା କାଲି ସକାଳ ୧୦ ଟା ଠାରୁ ଉଡାଣ ଚଳାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଜାଣିବାକୁ ମିଳିଛି ଯେ ଜାନୁୟାରୀ ମାସରୁ କର୍ମ ଚାରୀ ,ପାଇଲଟ କେହି ବି ଦରମା ପାଇନାହାନ୍ତି କି ସେମାନେ ଦରମା ମିଳିବ କି ନ ମିଳିବ ବି ଜାଣିନାହାନ୍ତି ତେଣୁ ଜଣେ କର୍ମଚାରୀ ଙ୍କ ଠାରୁ ଶୁଣିବାକୁ ମିଳିଛି । ଆର୍ଥିକ ବ୍ୟବସ୍ଥା ଦୂର୍ବଳରେ ଏୟାରୱେଜ ଚାଲିଥିବା ବେଳେ ୩୦ ରୁ ୪୦ ପ୍ରତିଶତ ପାଇଲଟ ସ୍ପେସଜେଟକୁ ଯାଇସାରିଲେଣୀ ।


