ଦ୍ୱିତୀୟ ଦିନରେ ବି ପହଞ୍ଚ ିପାରିଲେନାହିଁ ମାଉସୀ ଘରେ ପ୍ରଭୁ ଲିଙ୍ଗରାଜ
ଏକାମ୍ର କ୍ଷେତ୍ରର ଆରଧ୍ୟ ଦେବତା ପ୍ରଭୁୁ ଲିଙ୍ଗରାଜ ଦ୍ୱିତୀୟ ଦିନରେ ବି ନିଜର ମାଉସୀ ଘରେ ପହଞ୍ଚିପାରିଲେ ନାହିଁ । ଧର୍ମିୟ ରିତି ନୀତି ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମହାପ୍ରଭୁ ରୁକୁଣୀ ରଥ ଯୋଗେ ନିଜ ମାଉସୀ ଘରକୁ ଯାଉଥିବା ବେଳେ ଆଜି ବି ପ୍ରଭୁ ମାଉସୀ ଘରେ ପହଞ୍ଚି ପାରିନାହାନ୍ତି । ଶନିବାର ଦିନ ନିର୍ଘଣ୍ଟ ହେବା ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ପ୍ରଭୁ ଅସୁର କିଆରୀ ଠାରେ ରୁକୁଣୀ ରଥ ଅଟକିଛି । ଭକ୍ତାମାନେ ମହାପ୍ରଭୁଙ୍କୁ ନିଜର ମାଉସୀ ଘରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଅଧବାଟରେ ମହାପ୍ରଭୁ ଅଟକି ଯାଇଥିଲେ । ଲିଙ୍ଗରାଜ ପ୍ରଭୁଙ୍କରୁକୁଣୀ ରଥକୁ ପୁଣୀ ସୋମବାର ଦିନ ଟଣାଯିବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ।


