ନିର୍ବାଚନ କାର୍ଯ୍ୟରେ ଅନୁପସ୍ଥିତ ପାଇଁ ୪୪ ଜଣ କର୍ମଚାରୀଙ୍କ ବିରୁଦ୍ଧରେ ୱାରେଂଟ ଜାରୀ

ଛତ୍ରପୁର :ନିର୍ବାଚନ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ୪୪ ଜଣ କର୍ମଚାରୀଙ୍କ ଗଂଜାମ ଜିଲ୍ଲା ପ୍ରଶାସନ ୱାରେଂଟ ଜାରୀ କରିଛନ୍ତି । ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଆଣି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ହାଜର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା ଆସନ ଏବଂ ଗୋପାଳପୁର, ଚିକିଟି, ବ୍ରହ୍ମପୁର,ଛତ୍ରପୁର, ଓ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜନ ପ୍ରତିନିଧି ଆଇନ ଅନୁଯାଇ ନିର୍ବାଚନ କାର୍ଯ୍ୟ ବାଧ୍ୟତା ମୂଳକ ହୋଇଥିବାରୁ ଯେଉଁ ସରକାରୀ କର୍ମଚାରୀ ମାନଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଛି ସେମାନେ କୈାଣସୀ ପରିସ୍ଥିତିରେ ଅବହେଳା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରି ନିର୍ଦ୍ଦେଶ ସତ୍ୱେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୧ଜଣ,ଗୋପାଳପୁର ନିର୍ବାଚନ ମଣ୍ଡଳୀର ୬ଜଣ ଦିଗପହଣ୍ି ନିର୍ବାଚନ ମଣ୍ଡଳୀର ୧୫ ଜଣ,ଚିକିଟି ନିର୍ବାଚନ ମଣ୍ଡଳୀର ୫ଜଣ ଏବଂ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ୭ଜଣ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ଅନୁପସ୍ଥିତ ଥିଲେ । ଏମାନଙ୍କ ବିରୁଦ୍ଧରେ ୱାରେଂଟ ଜାରୀ କରାଯିବା ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରଶାସନିକ ଆଦେଶ ପ୍ରଦାନ କରାଯାଇଛି । ଗଂଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଗାମୀ ୧୮ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ନିର୍ବାଚନ କାର୍ଯ୍ୟ ସହିତ ସଂପୃକ୍ତ କୈାଣସୀ କର୍ମଚାରୀ ଅନୁପଦ୍ଥିତ ନ ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ