ସରକାରୀ ନିର୍ଦ୍ଦେଶକୁ ଫୁ ସ୍କୁଲ ବ୍ୟାଗ୍ କଟକଣା ପ୍ରହସନ ପାଲଟିଛି
ହିଂଜିଳିକାଟୁ, (ଶେଷଦେବ ସାହୁ): କେବେ ପାଳନ ହେବ ସରକାରଙ୍କ ନିୟମ, କେବେ ପିଲାଙ୍କ ସ୍କୁଲ ବ୍ୟାଗ୍ ଓଜନ କମିବ, ଏ ନେଇ ଅଭିଭାବକ ମାନେ ଚିନ୍ତାରେ ପଡ଼ିଛନ୍ତି ।ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନୂତନ ଶିକ୍ଷାବର୍ଷରୁ ଏହା ପାଳନ ହେବା କଥା କିନ୍ତୁ ଶିକ୍ଷାବର୍ଷ ଆରମ୍ଭ ହେବା ପରେ ମଧ୍ୟ ଏହା ପାଳନ କରାନଯିବା ଅଭିଭାବକ ମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏହା କେବଳ ଏକ ପ୍ରହସନ ବୋଲି ବହୁ ଅଭିଭାବକ ଅଭିଯୋଗ କରିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡ଼ିକ ସ୍କୁଲ ଛାତ୍ର ଛାତ୍ରୀଙ୍କ ବ୍ୟାଗ୍ ପରିବହନ ଉପରେ କଟକଣାର ନିର୍ଦ୍ଦେଶ ଦିଆଯାଇଥିବାର ମାସାଧିକ କାଳ ବିତିଯିବା ସହ ପୁରାତନ ଶିକ୍ଷାବର୍ଷ ଯାଇ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ କଡ଼ାକଡ଼ି ଭାବେ ପାଳନ କରାନଯିବା ସରକାରଙ୍କଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସରକାରୀ ନିର୍ଦ୍ଦେଶ ନାମାରେ ଛାତ୍ରଛାତ୍ରୀ ମାନେ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ବ୍ୟାଗ୍ ଯେମିତି ପରିବହନ ନକରନ୍ତି ସେଥିପ୍ରତି ଗୁରୁତ୍ୱଆରୋପ କରିଥିଲେ ସୁଦ୍ଧା ଏହା ପାଳିତ ହୋଇପାରିନାହିଁ । ଗତ ମାର୍ଚ୍ଚ ୮ ତାରିଖ ଗାଇଡ଼୍ ଲାଇନ ଅନୁସାରେ ପିଲାଙ୍କସ୍କୁଲ ବ୍ୟାଗ୍ ପରିବହନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ସ୍କୁଲକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମ୍ପର୍କରେ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ହାଇକୋର୍ଟରେ ମଧ୍ୟ ସତ୍ୟପାଠ ଦାଖଲ କରିଛନ୍ତି । ଗତ ଅକ୍ଟୋବର ୨୦ ତାରିଖରେ ଜାରୀ ହୋଇଥିବା ଗାଇଡ଼ ଲାଇନ ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍ର ଓଜନ୧.୫ କିଲୋଗ୍ରାମ ରଖାଯାଇଥିବା ବେଳେ ତୃତୀୟରୁ ପଂଚମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ୨ ରୁ ୩ କିଲୋଗ୍ରାମ, ଷଷ୍ଠ ଓ ସପ୍ତମ ଶ୍ରେଣଈର ଛାତ୍ର ଛାତ୍ରୀଙ୍କ ପାଇଁ ୪.୫ କିଲୋଗ୍ରାମ ଓ ଅଷ୍ଟମ ଠାରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ବ୍ୟାଗ୍ ବ୍ୟବହୃତ କରିପାରିବେ । ଏହା ଠାରୁ ଅଧିକ ଓଜନର ବ୍ୟାଗ୍ ନେବା ପାଇଁ କଟକଣା ଜାରୀ କରାଯାଇଛି । ତତ୍ସହିତ କୌଣସି ବି ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ୧ମ ଓ ୨ୟ ଶ୍ରେଣୀର ଶିକ୍ଷାର୍ଥୀଙ୍କ ହୋମୱାର୍କ କରିବାକୁ ନଦେବାକୁ ସ୍ପଷ୍ଟ ସୂଚନା ଦିଆଯାଇଛି । ଏନସିଆଇଆରଟି ନିୟମାନୁସାରେ ୧ମ ଓ ୨ୟ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ସ୍କୁଲ କର୍ତୁପକ୍ଷ ଭାଷା ଓ ଗଣିତ ବ୍ୟତିତ ଆଉ ଅନ୍ୟ କୌଣସି ବିଷୟରେ ଶିକ୍ଷା ଦେବେ ନାହିଁ । ୩ୟ ରୁ ୫ମ ଶ୍ରେଣୀ ଶିକ୍ଷାର୍ଥୀ ପାଇଁ ଭାଷା, ଇଭିଏସ ଓ ଗଣିତ ଶିକ୍ଷା ଦେବା ସହ ଅତିରିକ୍ତ ବହି ଓ ସାମଗ୍ରୀ ଆଣି ବିଦ୍ୟାଳୟକୁ ଆସିବାକୁ ବିଦ୍ୟାଳୟ କର୍ତୁପକ୍ଷ ଛାତ୍ର ଛାତ୍ରୀଙ୍କୁ କହିପାରିବେ ନାହିଁ । ଯଦି କୌଣସି ବିଦ୍ୟାଳୟ ଉପୋରକ୍ତ ନିୟମ ଉଲଙ୍ଘନ କରୁଥିବେ , ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସୂଚନା ଦିଆଯାଇଛି । କିନ୍ତୁ ଉକ୍ତ ନିୟମକୁ କେହି ବି ପାଳନ କରିନଥିବାର ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି, ଛୋଟ ଛୋଟ ପିଲାମାନେ ପାଠପଢା କଥା ଯାହା ଥାଉନା କାହିଁକି ପ୍ରତିଦିନ ପାଠପଢା ଭର୍ତି ବ୍ୟାଗ୍କୁ ନେଇ ସ୍କୁଲକୁ ଯିବା ଆସିବା କରିବା ବଡ ସମସ୍ୟା ସୃଷ୍ଟି କରୁଛି ବୋଲି ବହୁ ଅଭିଭାବକ ନିଜର ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି । ପୂର୍ବରୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ଜଣେ ପିଲାର ଓଜନ ଠାରୁ ସ୍କୁଲ ବ୍ୟାଗ୍ର ଓଜନ ୧୦ ପ୍ରତିଶତ ଅଧିକ ଓଜନ ହେବ ନାହିଁ ବୋଲି ଗାଇଡ଼ ଲାଇନରେ ପ୍ରକାଶ ପାଇଥିଲେ ସୁଦ୍ଧା ଏହି ଗାଇଡ଼ ଲାଇନ ଆଜି ସୁଦ୍ଧା ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକର ବହୁ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକାରୀ ହୋଇପାରିନାହିଁ । ଛୋଟ ଛୋଟ ପିଲାମାନେ ପାଠ୍ରପୁସ୍ତ ଭର୍ତି ଓଜନଦାର ବ୍ୟାଗ୍ ଧରି ସ୍କୁଲକୁ ନିୟମିତ ଯାଉଥିବା ଦେଖିବାକୁ ମିଳୁଛି । ସରକାରଙ୍କ ଦ୍ୱାର ପ୍ରକାଶ ଗାଇଡ଼ ଲାଇନ ଆଜି ସୁଦ୍ଧା ଆଜି ସୁଦ୍ଧା କାର୍ଯ୍ୟକାରାୀ ହୋଇପାରୁନଥିବାରୁ ଏଥି ପାଇଁ ଅଭିଭାବକ ମାନେ ଚିନ୍ତାରେ ପଡ଼ିଛନ୍ତି ।ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ଅଭିଭାବକ ତଥା ବୁଦ୍ଧିଜୀବି ମାନଙ୍କ ପକ୍ଷରୁ ଦାବୀ ହେଉଛି ।


