ଟିଡିପିର ଆପ୍ ପାଇଁ ୭.୮କୋଟି ଆଧାର ଡାଟା ଚୋରି
ନୂଆଦିଲ୍ଲୀ, (ଏଜେନ୍ସି): ଗତ କିଛି ବର୍ଷ ଧରି ଦେଶରେ ଲଗାତାର ଭାବେ ଆଧାର ଡାଟା ଲିକ୍ ସମ୍ପର୍କିତ ଖବର ପ୍ରକାଶ ପାଉଛି । ଏଥିରେ ସାଇବରାବାଦ୍ର ଏକ ମାମଲା ସାମିଲ ହୋଇଛି । ଏଠାରେ ସୂଚନା ପ୍ରଦ୍ୟୋଗିକ କମ୍ପାନୀ ଆଇଟି ଗ୍ରୀଡ଼୍ସ (ଇଣ୍ଡିଆ) ଦ୍ୱାରା ଲୋକଙ୍କ ଆଧାର ଡାଟା ଚୋରି ହୋଇଥିବା ମାମଲା ସମ୍ମୁଖକୁ ଆସିଛି । ସୂଚନାନୁସାରେ ଏହି କମ୍ପାନୀ ଲୋକଙ୍କ ଡାଟାର ବ୍ୟବହାର ତେଲୁଗୁ ଦେଶମ୍ ପାର୍ଟୀ (ଟିଡ଼ିପି)ର ସେବା ମିତ୍ର ଆପ୍ ଡେଭଲ୍ପ ପାଇଁ କରୁଥିଲା । ସୂତ୍ର ଅନୁସାରେ ଏହି ଡାଟା ଏକ ରିମୁଏଭଲ୍ ଷ୍ଟୋରେଜ୍ରେ ରଖାଯାଇଥିଲା । ଯାହାକି ଆଧାର ଆଇନ୍ର ଉଲଙ୍ଘନ ବୋଲି ଧରାଯାଏ । କମ୍ପାନୀ ଏହି ଡାଟା ବେଆଇନ୍ ଭାବେ ହାସଲ କରିଥିବା ପ୍ରକାଶ କରାଯାଇଛି । ଏହା ପରେ ଏହି ମାମଲାରେ ଏସ୍ଆଇଟିକୁ ସ୍ଥାନାନ୍ତରିତ କରାଯିବାର ସମ୍ଭାବନା ରହିଛି । ଯିଏକି କଥିତ ଡାଟା ଚୋରି ମାମଲାରେ ଯାଞ୍ଚ୍ କରୁଛି । ଆଇଟି କମ୍ପାନୀର ଅଫିସ୍ରୁ ମିଳିଥିବା ହାର୍ଡ଼ ଡିସ୍କର ବିଶ୍ଳେଷଣ ପରେ ଜଣାପଡ଼ିଛି ଯେ କମ୍ପାନୀ ନିକଟରେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ୭.୮କୋଟିରୁ ଊଦ୍ଧ୍ୱର୍ ବାସିନ୍ଦାଙ୍କ ଆଧାର ସହିତ ସମ୍ବନ୍ଧିତ ତଥ୍ୟ ରହିଛି । ଏହି ଡାଟାବେସ୍ର ସଂରଚନା ଓ ଆକାର ଠିକ୍ ସେହି ପ୍ରକାରର ଯେପରିକି ୟୁଆଇଡିଏଆଇ ନିକଟରେ ରହିଥାଏ । ଏହାପରେ ୟୁଆଇଡିଏଆଇର ଅଭିଯୋଗ କ୍ରମେ ସାଇବରାବାଦ୍ ପୁଲିସ୍ରେ ସୂଚନା ପ୍ରଦ୍ୟୋଗିକ କମ୍ପାନୀ ଆଇଟି ଗ୍ରିଡ଼୍ସ (ଇଣ୍ଡିଆ) ବିରୋଧରେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ବାସିନ୍ଦାଙ୍କ ବେଆଇନ୍ ଭାବେ ଆଧାର ଡାଟା ରଖିବା ମାମଲା ଦାଏର କରାଯାଇଛି । ପ୍ରକାଶ ଯେ ଉଭୟ ରାଜ୍ୟର ଜନସଂଖ୍ୟା ପାଖାପାଖି ୮.୪କୋଟି ରହିଛି । ଅନ୍ୟପକ୍ଷରେ ଏହି ମାମଲାରେ ଟିଡ଼ିପି ସଷ୍ଟୋକ୍ତି ପ୍ରଦାନ କରି କହିଛି ଯେ ଆଧାରର ସଦ୍ୟ ଡାଟା ତାଙ୍କ ନିକଟରେ ନାହିଁ । ତେବେ ଏହି ଡାଟାର ବ୍ୟବହାର କେବଳ ଜନକଲ୍ୟାଣକାରୀ ଯୋଜନାର ଲାଭାର୍ଥିଙ୍କ ପୁଷ୍ଟି ପାଇଁ କରାଯାଉଥିଲା । ୟୁଆଇଡିଏଆଇର ଡେପୁଟି ଡାଇରେକ୍ଟ ଟି. ଭବାନୀ ପ୍ରସାଦ ଏହି ଅଭିଯୋଗରେ କହିଛନ୍ତି ଯେ ଏଯାବତ୍ର ଯାଞ୍ଚ୍ରୁ ଜଣାପପଡ଼ିଛି ଯେ ସେବା ମିତ୍ର ଆପ୍ ସନ୍ଦେହାସ୍ପଦ ଭାବେ ଭୋଟର ପ୍ରୋଫାଇଲିଂ, ଟାର୍ଗେଟେଡ଼୍ କମ୍ପାନୀ ଓ ଏପରିକି ଭୋଟର୍ଙ୍କ ଭୋଟର୍ ତାଲିକାରୁ ନାମ ହଟାଇବା ପାଇଁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଭୋଟରଙ୍କ ଚୋରି ହୋଇଥିବା ସୂଚନା ତଥା ଆଧାର ଡାଟାର ବ୍ୟବହାର କରୁଥିଲା । ତେବେ ଆଇଟି ଗ୍ରଡ଼୍ର ଛାନ୍ଭିନ୍ କରାଯିବା ପରେ ୭ଟି ହାର୍ଡ଼ ଡିସ୍କ ଓ ଅନ୍ୟ ଡିଜିଟାଲ ପ୍ରମାଣର ଜବତ କରାଯାଇଛି ।


