ଟ୍ରାଫିକ୍ରେ ଟିକସ ଲଗାଇ ପ୍ରଦୂଷଣ ନିୟନ୍ତ୍ରଣ କଲା ସ୍ୱିଡେନ୍
ନୂଆଦିଲ୍ଲୀ, (ଏଜେନ୍ସି): ଭାରତରେ ପ୍ରଦୂଷଣର ସମସ୍ୟା ଅନେକାଂଶରେ ବଢ଼ିବାରେ ଲାଗିଛି । ଶୀତ ଦିନରେ ପ୍ରଦୂଷଣ ବଢ଼ିବା କାରଣରୁ ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି । ଅନ୍ୟପକ୍ଷରେ ୟୁରୋପୀୟ ଦେଶ ସ୍ୱିଡ଼େନ୍ ପ୍ରଦୂଷଣର ସମାଧାନ କରିବା ପାଇଁ ଅତ୍ୟନ୍ତ ଭିନ୍ନ ପ୍ରକାରର ପଦ୍ଧତି ଆପଣାଇଛି । ପ୍ରକାଶ ଯେ ସ୍ୱିଡ଼େନ୍ ସହର ମଧ୍ୟସ୍ଥିତ ଟ୍ରାଫିକ୍ରେ କଞ୍ଜେସନ୍ ଶୁଳ୍କ ଲଗାଇ ପ୍ରଦୂଷଣକୁ ଅନେକାଂଶରେ କଣ୍ଟ୍ରୋଲ କରିବାରେ ସଫଳ ହୋଇଛି । ଜନ୍ ହପକିଂସ ୟୁନିଭର୍ସିଟିର ଗବେଷଣାକାରୀ ନିଜ ଗବେଷଣାରେ ଏହାର ସର୍ବାଧିକ ଲାଭ ଶିଶୁଙ୍କୁ ହେଉଥିବା ଦର୍ଶାଇଛନ୍ତି । ଏଥିରେ ଆସ୍ଥମା ରୋଗୀଙ୍କ ସଂଖ୍ୟାରେ ଅନେକାଂଶରେ ହ୍ରାସ୍ ଘଟିଛି । ଏହି ଅଧ୍ୟୟନ ପରେ ଭାରତରେ ପ୍ରଦୂଷଣ ଅଟକାଇବା ପାଇଁ ଟିକସ ବୃଦ୍ଧି ପ୍ରସଙ୍ଗରେ ବିଚାର କରାଯାଉଛି । ସ୍ୱିଡ଼େନ୍ର ରାଜଧାନୀ ଷ୍ଟକ୍ ହୋମ୍ର ବାୟୁ ଗୁଣବତ୍ତା ଅତ୍ୟନ୍ତ ଉନ୍ନତ । ଜନ୍ ହପିକିନ୍ସ ୟୁନିଭର୍ସିଟିର କେରେ ବିଜ୍ନେସ୍ ସ୍କୁଲ୍ରେ ଆସିଟାଣ୍ଟା ପ୍ରଫେସର୍ ଇମିଲିଆ ସିମେଓନୋଭା ଜାନୁଆରୀ-ଜୁଲାଇ ୨୦୦୬ମଧ୍ୟରେ ପ୍ରଥମ ଥର ପାଇଁ ଲଗାଯାଇଥିବା ଷ୍ଟକ୍ହୋମ୍ର କଞ୍ଜେସନ୍ ଟିକସର ଅଧ୍ୟୟନ କରିଛନ୍ତି । ଏଥିରୁ ୭ମାସର ଡ୍ରାଏଲ୍ ଅବଧିରେ ଆସ୍ଥମାର ଲକ୍ଷଣକୁ ନେଇ ଡାକ୍ତରଙ୍କ ନିକଟକୁ ଯାଉଥିବା ଶିଶୁଙ୍କ ସଂଖ୍ୟାରେ ୧୨% ହ୍ରାସ୍ ଦାଏର କରାଯାଇଛି । ଏକ ବର୍ଷ ବ୍ରେକ୍ ପରେ, ଅଗଷ୍ଟ ୨୦୦୭ରୁ ଟିକସକୁ ଚିରସ୍ଥାୟୀ କରାଯାଇଛି । ଟିକସକୁ ଚିରସ୍ଥାୟୀ କରିବାର କିଛି ବର୍ଷ ପରେ ଆସ୍ଥମାର ଲକ୍ଷ୍ୟଣକୁ ନେଇ ଡାକ୍ତରଙ୍କ ନିକଟକୁ ଯାଉଥିବା ଶିଶୁଙ୍କ ସଂଖ୍ୟାରେ ୪୭% ହ୍ରାସ୍ ଦାଏର କରାଯାଇଛି । ସିମେୟୋନେଭା କହିଛନ୍ତି ଯେ ସ୍ୱଚ୍ଛ ପବନର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ଧିରେ ଧିରେ ଦେଖିବାକୁ ମିଳୁଛି । ଷ୍ଟକ୍ହୋମ୍ ଦ୍ୱାରା ୨.୬ଡଲାରର ଲଗାଯାଇଥିବା କାଞ୍ଜସନ୍ ଶୁଳ୍କ ରୁ ଟ୍ରାଫିକ୍ରେ ୨୦-୨୫% ହ୍ରାସ୍ ଦେଖିବାକୁ ମିଳିଛି । ଏଥିସହ ବାୟୁ ପ୍ରଦୂଷଣ ୫-୧୦% କମିଛି । ଏଥିସହିତ ଶିଶୁଙ୍କ ଆସ୍ଥାମା ମାମଲାରେ ପାଖାପାଖି ୫୦% ହ୍ରାସ୍ ଦାଏର କରାଯାଇଛି ।


