ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁ ଜ୍‌): ଥମିବାର ନାଁ ଧରୁନାହିଁ ଲଜ୍ଜ୍ୟା । ଦେଶରେ ପ୍ରତିଦିନ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ଘଟଣା ଘଟିବା ପ୍ରତିଦିନ ଖବର କାଗଜର ପୃଷ୍ଟ ମଣ୍ଡନ ହୋଇଥିବା ବେଳେ ଗଂଜାମ ଜିଲ୍ଳା ଶୁନପୁର ମେରାଇନ ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ୨ ଜଣ ଯୁବକଙ୍କ ୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ପରିଚୟ ଜନାର୍ଦ୍ଦନ ବେହେରା, ଓ ମିଥୁନ ଦାସ । ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ଜଣକ ବାହୁଦା ନଦୀ କୁଳକୁ ହିଁ ଗଣଦୁଷ୍କର୍ମ କରି ମୁର୍ମୁଷ ଅବସ୍ଥାରେ ଫୋପାଡି ଦେଇ ଚାଲିଯାଇଥିଲେ । ତାଙ୍କ ପରିବାର ପକ୍ଷରୁୂ ନାବାଳିକାଙ୍କୁ ବହୁ ଖୋଜାଖୋଜି ପରେ ନାବାଳିକାକୁ ପାଇନଥିବା ବେଳେ ୧୧ ତାରିଖ ସକାଳେ ପରିବାର ଲୋକେ ନାବାଳିକାକୁ ମୁର୍ମୁଷ ଅବସ୍ଥାରେ ପାଇଥିଲେ । ଏହା ପରେ ପରିବାର ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରିଥିଲେ । ୧୨ ତାରିଖରେ ନାବାଳିକା ପରିବାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତରଫରୁ ତଦନ୍ତ କରି ସମସ୍ତ ବୟାନ ରେକର୍ଡ ଆଧାରରେ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଅନ୍ୟ ପଟେ ଏହି ଘଟଣାରେ ସଂମ୍ପୂକ୍ତ କେହି ରହିଥିଲେ ଅନ୍ୟ କିଛି ଅଭିଯୁକ୍ତ ଆଇନର ଜାଲରେ ଫସିବେ ବୋଲି ସୂଚନା ଦେଇଛନ୍ତି ଏସପି । ପ୍ରାଥମିକ ତଦନ୍ତରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ