ଗମ୍ଭାରିମୁଣ୍ଡାରେ ଅଶୋକାଷ୍ଟମୀ ଯାତ୍ରା
ଚିଲିକା (ଜୁଗାବ୍ଦ ନ୍ୟୁଜ୍): ଗମ୍ଭାରିମୁଣ୍ଡାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଅଶୋକାଷ୍ଟମୀ ଯାତ୍ରା ରବିବାର ସନ୍ଧ୍ୟାରେ ସମାପନ ହୋଇଯାଇଛି । ଆରାଧ୍ୟାଦେବୀ ମା’ ଆଙ୍କୁଲେଇଶ୍ୱରୀଙ୍କ ଆମନ୍ତ୍ରଣ କ୍ରମେ ଗତ ମଧ୍ୟରାତ୍ରୀରୁ ସ୍ଥାନୀୟ ଶ୍ରୀ ଗାଦିଶ୍ୱର ଦେବ, ଶ୍ରୀ ପତିତପାବନ ଦେବ, ମା’ ବ୍ରାହ୍ମଣୀ ଦେବୀଙ୍କ ବିଜେ ପ୍ରତିମା ପଟୁଆରରେ ଯାତ୍ରା ମଣ୍ଡପକୁ ଆସି ମା’ଙ୍କ ସହ ଭେଟ ପୂଜା ପାଇଥିଲେ । ଆଜି ପ୍ରତ୍ୟୁଷରୁ ସମସ୍ତ ଦେବାଦେବୀଙ୍କୁ ଅଶୋକା କଳି ଉତ୍ସର୍ଗ ପରେ ବିଧିପୂର୍ବକ ଅଶୋକାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମା’ଙ୍କ ବିଭିନ୍ନ ବେଶ ପ୍ରଦର୍ଶନ ହେବା ପରେ ଆଜି ସନ୍ଧ୍ୟାରେ ସବୁ ଦେବାଦେବୀଙ୍କ ମେଳଣ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା ।


