ନିଆଁରେ ଚାଲିଲେ ଭଗତା ଓ ମାନସିକଧାରୀ  

ବୋଲଗଡ଼(ଜୁଗାବ୍ଦ ନ୍ୟୁଜ୍‍): ବୋଲଗଡ ବ୍ଲକ୍ ସମେତ ଆଖପାଖ ବିଭିନ୍ନ ଗ୍ରାମରେ ରବିବାର ଭଗତାଙ୍କ ସହ ମାନସିକଧାରୀ ନିଆଁରେ ଚାଲିଛନ୍ତି । ଚୈତ୍ରମାସର ଏହି ଦଣ୍ଡପର୍ବର ଅନ୍ତିମ ଦିନ ହେଉଛି ମହାବିଷୁବ ପଣାସଙ୍କରାନ୍ତି । ଅନ୍ତିମ ଦିବସରେ ବୋଲଗଡ଼ ଓ ତୃତୀୟାପଡାସ୍ଥିତ କାମନା କୋଠିର ଭଗତାମାନେ ଦୀର୍ଘ ୧୩ ଦିନ ଧରି ସଂଧ୍ୟାରେ ଥରେ ମାତ୍ର ପଣାସାରି ଦଣ୍ଡ ଉପାସନା କରିଥିଲେ । ମାତ୍ର ଦଣ୍ଡ ଉପାସନାର ଅନ୍ତ ଘଟାଇବାକୁ ଯାଇ ଭଗତା ଓ ମାନସିକ ଧାରୀ ନିଆଁରେ ଚାଲିଥିଲେ । ଅନୁରପ ଭାବେ ମାନସିକଧାରୀ କଣ୍ଟାରେ ଗଡି କାମନା ଠାକୁରଙ୍କ ନିକଟରେ ମାନସିକ ରଖିଥିଲେ । କେତେକ ସ୍ଥାନରେ ଭଗତାମାନେ ଖଣ୍ଡାଧାରରେ ଚାଲି ମାନସିକ ରଖିଛନ୍ତି । ଏହିପର୍ବ ବୋଲଗଡ, ତୃତୀୟାପଡା, ଚୂଡା, ଘୋରଡିଆ, ସଂପୁର, ଖଙ୍ଗୁରିଆ, ହାଟବସ୍ତ, ଧଳାପଥର, ପିଚୁକୁଳି, ଅସରଳା,ବାଙ୍କୋଇ, ସାନପଦର ଗୋପାଳପୁର ଆଦି ଗ୍ରାମରେ ଏହି ପର୍ବ ଅନୁଷ୍ଠିତ ହୋଇଥିଲା ।ଏହିପର୍ବ ଦେଖିବାକୁ ସମସ୍ତ ଗାଁରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲଖିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ