ଯୁଗ ୍ମଡାକ ଟିକଟ ଜାରି କରିବା ନେଇ ଭାରତ କୋରିଆ ବୁଝାମଣା

ଭାରତ ଓ କୋରିଆ ସାଧାରଣତନ୍ତ୍ର ମଧ୍ୟରେ ୨୦୧୯ ଫେବୃଆରୀ ମାସରେ ସ୍ୱାକ୍ଷରିତ ହୋଇଥିବା ଏକ ବୁଝାମଣା ପତ୍ର ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କମିଟିକୁ ସୂଚନା ପ୍ରଦାନ କରାଯାଇଛି । କୋରିଆର ରାଣୀ ହୁରହ୍ୱାଙ୍ଗ-ଓକଙ୍କ ଉପରେ ଯୁଗ୍ମ ଭାବେ ଏକ ଡାକ ଟିକଟ ଜାରି କରିବା ପାଇଁ ଭାରତ ସରକାରଙ୍କ ଡାକ ବିଭାଗ ଓ ଯୋଗାଯୋଗ ମନ୍ତ୍ରଣାଳୟ ଏବଂ କୋରିଆ ସାଧାରଣତନ୍ତ୍ରର ବିଜ୍ଞାନ ଓ ଆଇସିଟି (କୋରିଆ ଡାକବିଭାଗ) ମନ୍ତ୍ରଣାଳୟ ରାଜି ହୋଇଥିଲେ । ପାରସ୍ପରିକ ବୁଝାମଣା କ୍ରମେ ୨୦୧୯ ଶେଷ ବେଳକୁ ଏକ ନିର୍ଦ୍ଧିଷ୍ଟ ତାରିଖରେ ଏହି ଯୁଗ୍ମ ଡାକ ଟିକଟ ଜାରି କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ