ଭିଜିଲାନ୍ସ ଜାଲରେ ପୂର୍ବତନ ବିଧାୟକ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ସ୍ଥିତ ଘର, ଏମ୍‌. ରାମପୁରରେ ଥିବା ଏକ ହୋଟେଲରେ ଏକକାଳୀନ ରେଡ୍‌ ଚାଲିଛି ।
ଜୟପୁର ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଚଢ଼ାଉ କରିଛନ୍ତି । ଏତିକିବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ସୂଚନା ମିଳିଛି । ଏବେ ବି ଚଢଉ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ