ହିଞ୍ଜିଳିକାଟୁ ପଂଚାୟତ ସମିତି ବୈଠକ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଂଜିଳିକାଟୁ ପଂଚାୟତ ସମିତିର ୯ମ ଅଧିବେଶନ ଶୁକ୍ରବାର କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଉପାଧ୍ୟକ୍ଷା ଗିତାଂଜଳି ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ତହସିଲଦାର ଗୋପିନାଥ କୁଅଁର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଏବିଡ଼ିଓ ଅରୁଣ କୁମାର ପ୍ରଧାନ ପ୍ରମୁଖ ମଂଚାସିନ ଥିଲେ । ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ରଥ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଆଭିମୁଖ୍ୟ ଓ ପୂର୍ବ ବୈଠକରେ କାର୍ଯ୍ୟକାରୀ କରାଯାଇଥିବା ବିଷୟ ଆଲୋକପାତ କରିଥିଲେ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ସ୍ୱଛ ଭାରତ ମିଶନ କାର୍ଯ୍ୟକାରିତା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା । ଚଳିତ ଆର୍ଥିକ ବର୍ଷ ମଧ୍ୟରେ ୯ଲକ୍ଷ ୬୪ ହଜାର ଶ୍ରମ ଦିବସ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଯାବତ୍ ୩ଲକ୍ଷ ୯୫ ହଜାର ଶ୍ରମ ଦିବସ ହୋଇପାରିଛି, ଯାହାକି ମାତ୍ର ୪୨% ଅଟେ । ସ୍ଥାନୀୟ ବ୍ଳକର ୨୧ଟି ପଂଚାୟତରେ ଆମ ଗାଁ ଆମ ବିକାଶ ଯୋଜନାରେ ୮୯ଟି ପ୍ରକଳ୍ପ ମଧ୍ୟରୁ ୩୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ୫୭ଟି ପ୍ରକଳ୍ପ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ବିଧାୟକ ଓ ସାଂସଦଙ୍କ ହାତ ପାଣ୍ଠି ସମେତ ବିଭିନ୍ନ ଅନୁଦାନ ପାଣ୍ଠି ବ୍ୟାଙ୍କରେ ଜମା ଥିବା କାରଣରୁ ବହୁ ଉନ୍ନୟନ ପ୍ରକଳ୍ପ କ୍ରିୟାଶୀଳ ହୋଇପାରୁ ନାହିଁ । ଏହି ପାଣ୍ଠିକୁ ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ପ୍ରସଙ୍ଗକୁ ପଦକ୍ଷେପ ଗ୍ରହଣ କରିବା ସକାଶେ ବିଡ଼ିଓ ପାତ୍ର ସମ୍ମତି ପ୍ରକାଶ କରିଥିଲେ । ପରିଶେଷରେ ହିଂଜିଳିକାଟୁ ବ୍ଳକକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳ ରୂପାୟନ କରିବା ସହ ରାଜ୍ୟରେ ସର୍ବଶ୍ରେଷ୍ଠ ବ୍ଳକ ଭାବେ ଗଢି ତୋଳିବା ପାଇଁ ଆପଣମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ବିଡ଼ିଓ ପାତ୍ର ମତ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର, ଦୁର୍ଗା ମାଧବ ମହାନ୍ତି, ସରପଂଚ ଭାଣ୍ଡି ରବିନ୍ଦ୍ର, କେ. ଦୁର୍ଗାପ୍ରସାଦ, ସମିତି ସଭ୍ୟ ବରବୁଲା ସାହୁ, ଡ଼ି.ଲିଙ୍ଗରାଜ, ସୁଧାଂଶୁ ଶେଖର ସାହୁ, ସହକାରୀ ଯନ୍ତ୍ରୀ , ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମା ଚରଣ ପାଢି, ଲଡ଼ୁ କିଶୋର ପଣ୍ଡା, ବିଦ୍ୟୁତ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ. ସରୋଜ କୁମାର ମିଶ୍ର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଉପଖଣ୍ଡ ଚିକିତ୍ସାଳୟ ଡ଼ାକ୍ତର ମାଧବ କୁମାର ସାହୁ, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥ, ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଉଦ୍ୟାନ ବିଭାଗୀୟ ସହକାରୀ ଅଧିକାରୀ ଶୁଭସ୍ମିତା ସାହୁ, ଜଳସେଚନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ, ବିପିଏମ ଶଶାଙ୍କ ଶେଖର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସରପଂଚ, ସମିତିସଭ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ