ସଡ଼କ ସୁରକ୍ଷା ସପ୍ତାହ ଉଦ୍ଯାପିତ
କୋଦଳା: ସପ୍ତାହ ବ୍ୟାପୀ ଚାଲିଥିବା ସଡକ ସୁରକ୍ଷା ସପ୍ତାହ ଶୁକ୍ରବାର ଲକ୍ଷ୍ମୀ ନାରାୟଣ କନିଷ୍ଠ ମହାବିଦ୍ୟାଳୟରେ ଉଦ୍ଯାପିତ ହୋଇଛି । ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀ ସହର ପରିକ୍ରମା କରି ଲୋକମାନଙ୍କୁ ସଚେତନତା କରିଥିଲେ । ପରେ ଏକ ବୈଠକ କଲେଜ ପରିସରରେ ଅନୁଷ୍ଠିତ କରାଯାଇଥିଲା । ଉକ୍ତ ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୀମାଞ୍ଚଳ ମୁନି ଉଦ୍ଯାପନୀ ସଭାରେ ସଭାପତିତ୍ୱ କରିଥିବାବେଳେ ଡ଼ଃ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ଓ ଅଧ୍ୟାପକ ମାନେ ସଚେତନତା ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଲିଫଲେଟ ବଣ୍ଟନ କରାଯାଇଥିବା ବେଳେ ମିହିର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


