ହିଞ୍ଜିଳିରେ ଗଡ଼ିଲା ପାଣି ପଂଚାୟତ ରଥ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଜଳସମ୍ପଦ ବିଭାଗ ଓଡ଼ିଶା ସରକାର ପକ୍ଷରୁ ସାରା ରାଜ୍ୟରେ ଚଳିତ ମାସ ୧୬ ତାରିଖ ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପାଣି ପଂଚାୟତ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଗୁରୁବାର ୨ଟିସଚେତନତା ରଥ ବିଭିନ୍ନ ସେଚାଂଚଳ ପରିଭ୍ରମଣ ସକାଶେ ଶୁଭାରମ୍ଭ କରାଯାଇଥିଲା । ଶୁକ୍ରବାର ସ୍ଥାନୀୟ ହିଂଜିଳି ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ପାଣି ପଂଚାୟତ ରଥକୁ ସ୍ୱାଗତ କରାଯାଇଥିଲା । ଉକ୍ତ ରଥ ଶୁକ୍ରବାର ହିଂଜିଳିକାଟୁ ବ୍ଳକ ସମେତ ପୁରୁଷୋତମପୁର ବ୍ଳକର ବିଭିନ୍ନ ପଂଚାୟତ ପରିଭ୍ରମଣ କରି କୃଷକ ମାନଙ୍କୁ ଜନ ସଚେତନ କରିବ ବୋଲି ସହକାରୀ ଯନ୍ତ୍ରୀ ସାହୁ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଏସଡ଼ିଓ ସନ୍ତୋଷ ଚୌଧୁରୀ, ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁ, ଶଙ୍କର ବେହେରା, ଦିଲ୍ଲିପ ସାମନ୍ତରା, ଭାସ୍କର ଗୌଡ଼, ସୁଧିର ପାଢି, ଉଜ୍ଜଳ ପାତ୍ର, କବିରାଜ ଗୌଡ଼, ଗଣପତି ପ୍ରଧାନ ଓ କୃଷ୍ଣଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ