ଗଂଜେଇ ସମେତ କାର ଜବତ,୨ ଗିରଫ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ୨ ଜଣ ଗଂଜେଇ ବେପାରୀକୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ୨ ଜଣ ବ୍ୟକ୍ତିଙ୍କ ପରିଚୟ ବୈପାରୀଗୁଡା ଥାନା ଅନ୍ତର୍ଗତ ଝୋଡିଆଗୁଡା ଥାନା ଅଂଚଳର ରାମ କନ୍ଦପାନ ଓ ଉପେନ୍ଦ୍ର କନ୍ଦପାନ ବୋଲି ଜଣାପଡିଛି । ଏକ କାରରେ ୧୦୦ କୁଇଣ୍ଟାଲ ଗଂଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ୨ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


