ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ତୃତୀୟ ପର୍ଯ୍ୟାୟର ନିର୍ବାଚନ ପରିଚାଳନା ତାଲିମ ପ୍ରଦାନ

ବାଲେଶ୍ୱର(ଯୁଗାବ୍ଦ ନ୍ୟୁୃଜ): ଆଜି ଜିଲ୍ଲା ସଦର ମହକୁମାଠାରେ ତୃତୀୟ ତଥା ଶେଷ ପର୍ଯ୍ୟାୟର ନିର୍ବାଚନ ପରିଚାଳନା ତାଲିମ ପୁଲିଂ କର୍ମଚାରୀମାନଙ୍କୁ ପ୍ରଦାନ ଆରମ୍ଭ କରାଯାଇଛି । ଏହା ଆସନ୍ତା ୨୦ ତାରିଖ ଯାଏଁ ଚାଲିବ । ଜିଲ୍ଲା ସ୍କୁଲଠାରେ ୩୫-ଜଳେଶ୍ୱର ଓ ୩୬-ଭୋଗରାଇ, କେନ୍ଦ୍ରୀୟ ବିଦ୍ୟାଳୟରେ ୪୧-ସୋର ଏବଂ ୩୯-ରେମୁଣା, ଆଇ.ଟି.ଆଇ.ଠାରେ ୪୨-ସିମୁଳିଆ ଏବଂ ‘କୀର ମୋହନ ମହାବିଦ୍ୟାଳୟଠାରେ ୩୭-ବସ୍ତା ଓ ୩୮-ବାଲେଶ୍ୱର ବିଧାନସଭା ନିମନ୍ତେ ନିଯୁକ୍ତ ପୁଲିଂ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏଥିରେ ପ୍ରିଜାଇଡିଂ ଅ‘ିସରଙ୍କ ସହ ସମସ୍ତ ପୁଲିଂ ଅଧିକାରୀମାନେ ସାମିଲ ଅଛନ୍ତି । ଏମାନଙ୍କୁ ଥିଓରୀ, ପ୍ରାକ୍ଟିକାଲ ସହ ନିଜେ କରି ଦେଖ ସୂତ୍ରରେ ଭୋଟିଂ ମେସିନ୍ ପରିଚାଳନା ସହ ସମସ୍ତ ପାରମ୍ପରିକ କାର୍ଯ୍ୟ କିପରି ସୁରୁଖୁରୁରେ ସମ୍ପାଦନ କରିପାରିବେ ସେ ଦିଗରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟରେ ପ୍ରତି କେନ୍ଦ୍ରରେ ୩୦ଜଣ ମାଷ୍ଟର ଟ୍ରେନରଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ପର୍ଯ୍ୟାପ୍ତ ସଂଖ୍ୟକ ଲାପଟପ୍ ଓ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲା । ମାଷ୍ଟର ଟ୍ରେନରମାନଙ୍କୁ ପୂର୍ବରୁ ସବିଶେଷ ତାଲିମ ଦିଆଯାଇଥିଲା । ନିର୍ବାଚନ ପରିଚାଳନା ସମୟରେ ଯେପରି କୌଣସି ପ୍ରକାର ମାନବକୃତ ତ୍ରୁଟି ସଂଘଟିତ ନ ହୁଏ ସେଥିପାଇଁ ଯତ୍ନବାନ ହେବାକୁ ସମସ୍ତଙ୍କୁ ତାଲିମ ସମୟରେ ସୁଯୋଗ ପ୍ରଦାନ କରାଯିବା ସହ ତାଗିଦ୍ କରାଯାଇଛି । ପାଂଚ ଦିନ ଧରି ଚାଲିବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରତିଦିନ ୨୫୦୦ରୁ ୩ ହଜାର କର୍ମଚାରୀ ଏହି ତାଲିମ ଗ୍ରହଣ କରୁଛନ୍ତି । ଆଜିର ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିବା ବେଳେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ତାଲିମ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ । ତାଲିମ କାର୍ଯ୍ୟକ୍ରମରେ ସମସ୍ତ ରିଟର୍ଣ୍ଣିଂ ଅ‘ିସର ଉପସ୍ଥିତ ରହି କମିଶନଙ୍କ ମାର୍ଗଦର୍ଶିକା ସଂପର୍କରେ ପୁଲିଂ ଅଧିକାରୀମାନଙ୍କୁ ଅବଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ