କେନ୍ଦ୍ରାପଡାରେ ଅଟୋ ମୋବାଇଲ କ୍ଲଷ୍ଟର, ବଡମ୍ବାରେ ଚିନିକଳ ଚାଲୁ ହେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ଶାସନରେ ରହିବା ପରେ ମଧ୍ୟ କେନ୍ଦ୍ରାପଡାରେ ଯୁବକମାନଙ୍କ ରୋଜଗାର ପାଇଁ ଛୁଂଚି ତିଆରି ରଖାନା ନିର୍ମାଣ କରି ।ରିଲେ ନାହିଁ । ଓଡିଶାରେ ବିଜେପି ଦାୟିତ୍ୱକୁ ଆସିଲେ କେନ୍ଦ୍ରାପଡା ଜିଲ୍ଲାରେ ଯୁବକଙ୍କୁ ରୋଜଗାର ଦେବା ପାଇଁ ଗୋଟିଏ ଅଟୋ ମୋବାଇଲ କ୍ଲଷ୍ଟର ନିର୍ମାଣ କରାଯିବ । ଓଡିଶାର ଲୁହା ପଥର ଓ ଆଲୁମିନିୟମକୁ ଉପଯୋଗ କରି ଏହି କାରଖାନା ନିର୍ମାଣ କରାଯିବ । ସେହି ରି ବିଜେପି କ୍ଷମତାକୁ ଆସିଲେ କଟକ ବଡମ୍ବାରେ ଚିନି କଳ ଚାଲୁ ହେବ ବୋଲି କେନ୍ଦ୍ରାପଡା ଜିଲ୍ଲା ପାଟକୁରା, ପୁରୀର ବ୍ରହ୍ମଗିରି, କଟକର ବଡମ୍ବା ଓ ଢେଙ୍କନାଳ ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଓଡିଶାରେ ସ୍ୱର୍ଗତ ବିଜୁ ବାବୁ ଏକ୍ସପ୍ରେସ୍ ହାଇୱେ ବନାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ ସାଢେ ୪୦୦ କିମିର ଉପକୂଳ ଜାତୀୟ ରାଜପଥ ବା କୋଷ୍ଟାଲ ହାଇୱେ ବନାଇବାକୁ ଚାହୁଁଛନ୍ତି । ଏହି ଜାତୀୟ ରାଜପଥ ହେଲେ ଉପକୂଳ ଅଂଚଳର ଅର୍ଥନୀତି ବଦଳିବ । ମାତ୍ର ନବୀନ ବାବୁ ଏହାକୁ ବିରୋଧ କରି ଜମି ଯୋଗାଇ ଦେଉନାହାନ୍ତି । ମୋଦିଙ୍କୁ ଭୟ କରି ଏବଂ ତାଙ୍କ ଉପରେ ଇର୍ଷାନ୍ୱିତ ହୋଇ ନବୀନ ବାବୁ ଏହା କରେଇ ଦେଉନାହାନ୍ତି  ଅଭିଯୋଗ କରିଛନ୍ତି । ଓଡିଶାରେ ମୋଦିଙ୍କ ସରକାର ହେଲେ କୋଷ୍ଟାଲ ହାଇୱେ ବନାଯିବ । ଜାତୀୟ ରାଜପଥ ବିଭାଗ ସହ ଆଲୋଚନା କରି ଏହି ଉପକୂଳ ଜାତୀୟ ରାଜପଥ ନିର୍ମାଣ ହେବ । ଏହାଦ୍ୱାରା ବ୍ରହ୍ମଗିରି, ପୁରୀ ଓ କୃଷ୍ଣପ୍ରସାଦ ବ୍ଲକକୁ ଭାରତମାଳା ପ୍ରକଳ୍ପରେ ଯୋଡାଯାଇପାରିବ । ସେହି ରି କେନ୍ଦ୍ରାପଡାରେ ମେଡିକାଲ କଲେଜ୍ ହେବା ବିଜୁ ବାବୁଙ୍କ ସପ୍ନ ଥିବା ବେଳେ ନବୀନ ବାବୁ ୨୦ ବର୍ଷରେ ଏହାକୁ ପୂରଣ କରି ।ରିଲେ ନାହିଁ । ବିଜେପି ସରକାର ହେଲେ କେନ୍ଦ୍ରାପଡାରେ ମେଡିକାଲ କଲେଜ୍ ନିର୍ମାଣ କରାଯିବ । ୨୦୨୨ ସୁଦ୍ଧା ସବୁ ଗରିବ ପରିବାରକୁ ପକ୍କା ଘର ଦେବା ପାଇଁ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ଦିଲ୍ଲୀ ପଇସା ଦେଲେ ଓଡିଶାରେ ଘର ବନିବ । ସେହି ରି ବଡମ୍ବା ନରସିଂହପୁର ଅଂଚଳର ମାଣିଆବନ୍ଧ ଶାଢୀକୁ ବିଶ୍ୱ ଦରବାରକୁ ପହଁଚାଯିବ । ନିୟୁର୍କ ଓ ପ୍ୟାରିସ ଭଳି ସ୍ଥାନକୁ ପହଁଚାଯିବ । ଫଳରେ ଏ ଅଂଚଳର ଯୁବକ ଓ ବୁଣାକାରମାନେ ରୋଜଗାର ପାଇପାରିବେ ।  ନବୀନ ବାବୁ ପାଣି ପିଇପିଇ ମୋଦିଙ୍କୁ ଗାଳି ଦେଉଛନ୍ତି ଏବଂ ଓଡିଶା ପାଇଁ ମୋଦି କଣ କଲେ ବୋଲି କହୁଛନ୍ତି । ମୋଦିଙ୍କ ମାଆ ପର ଘରେ ପରି ବାସନ ମାଝି ପରିବାର ଚଳଉଥିଲେ, ମୋଦି ସେହି ଗରିବ ପରିବାରରୁ ଆସି ଭାରତର କବେଳ ପ୍ରଧାନମନ୍ତ୍ରୀ ନୁହେଁ ବିଶ୍ୱର ଜଣେ ପ୍ରତିନ୍ଦ୍ୱନ୍ଦୀ ନେତା ହୋଇଛନ୍ତିା ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନା ଚାମଚ ପାଟିରେ ନେଇ ଜନ୍ମ ନେଇଛନ୍ତି, ସେ ଗରିବ ଓଡିଆ ଲୋକଙ୍କ କଥା କେମିତି ବୁଝିବେ । କାଳିଆ ଯୋଜନାରେ ଚାଷୀମାନେ ଟଙ୍କା ପାଉନାହାନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ କାଳିଆକୁ ବିଜେପି ବନ୍ଦ କରିଦେଲା ବୋଲି ଅଭିଯୋଗ କରୁଛନ୍ତି । ବଜେଟରେ ଟଙ୍କା ନାହିଁ, କାଳିଅ।।ର ତାଲିକା କୁଆଡେ ଗଲା ? ଶାସକ ଦଳର ବିକ୍ରମ ଆରୁଖଙ୍କ ଭାଇ, ନିରଞ୍ଜନ ପୂଜାରିଙ୍କ ବାପା ଓ ସୁଶାନ୍ତ ସିଂହଙ୍କ ଭାଇଙ୍କ ନାଁ କାଳିଆରେ ଆସିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ସେମାନେ କାଳିଆର ଲାଭାର୍ଥୀ କି ବୋଲି ପ୍ରଶ୍ନ କରିବା ସହ ଗରିବ ଚାଷୀଙ୍କୁ କେବଳ ବିଜ୍ଞାପନରେ ରାଜ୍ୟ ସରକାର କାଳିଆ ଦେଲେ ।  ନରେନ୍ଦ୍ର ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ ଲକ୍ଷ ଘର ଦେଇଛନ୍ତି । ଏହି ଯୋଜନା ଅଧୀନରେ ମୋଦି ଗରିବ ଓଡିଆ ଲୋକଙ୍କ ପାଇଁ ପରିବାର ପିଛା ଦେଢ ଲକ୍ଷ ଟଙ୍କା ପଠାଇଛନ୍ତି । ମାତ୍ର ନବୀନ ବାବୁଙ୍କ ବିଧାୟକ ଓ ମନ୍ତ୍ରୀ ମାନେ ଏହି ଟଙ୍କାରୁ ୨୦ ହଜାର ଟଙ୍କା ଲାଂଚ ନେଇ ନିଜ ପକେଟ ଗରମ କଲେ । ସେହିରି ମୋଦି ପରିବାର ପିଛା ୧୨ ହଜାର ଟଙ୍କା ଦେଇ ମା’ ଭଉଣୀଙ୍କ ପାଇଁ ୫୦ ଲକ୍ଷ ଶୌଚାଳୟ ଓଡିଶାରେ ନିର୍ମାଣ କଲେ ମାତ୍ର ନବୀନ ବାବୁ ଏଥିରୁ ପିସି ନେଲେ । ମୁଖ୍ୟମନ୍ତ୍ରୀ ଷ୍ଟପ୍ ପିସି ବୋଲି କହୁଥିବା ବେଳେ ଓଡିଆ ଲୋକମାନେ ଏଥର ତାଙ୍କୁ ଷ୍ଟପ୍ କରିବେ ବୋଲି ସେ କହିଛନ୍ତିା ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଢ ଲକ୍ଷ ଟଙ୍କା ଘର ପିଛା ପଠାଉଥିବା ବେଳେ ଦେବୀ ଭାଇନାଙ୍କ ଚେଲା ଚାପାତିମାନେ ପିସି ନେଉଛନ୍ତି । ଲମ୍ବା ସମୟର ପ୍ରତିନିଧି ଓ ମୁଖ୍ୟମନ୍ତ୍ରୀ ପାଖ ଲୋକ ହୋଇ ମଧ୍ୟ ଦେବୀ ଭାଇନା ବଡମ୍ବା ଓ ନରସିଂହପୁରରୁ ପିସି ନେଇ କଟକରେ କାଠଯୋଡି ପଠାକୁ ପୋତି ଏକ ୨୦ ମହଲାର ଘର ବନେଇଛନ୍ତି । ବିଜେପି ସରକାର ହେଲେ ଏ ସମ୍ପତିକୁ ବାଜ୍ୟାପ୍ତ କରାଯିବ । ବିଜେପି ସରକାର ହେଲେ ବଡମ୍ବା ନରସିଂହୁର ଲୋକଙ୍କର ତଂଟି ଚିି ରକ୍ତ ଶୋଷିଥିବା ନେତାଙ୍କ ସମ୍ପତିକୁ ଜବତ କରାଯିବ । ଖଣିମାଫିଆ ଓ ଚିଟଫଣ୍ଡ ଲୁଟେରାଙ୍କୁ ନବୀନ ବାବୁ ଓଡିଶା ଟ୍ରେଜେରୀର ଚାବିକାଠି ଦେଇଛନ୍ତି । ଯେ ରତ୍ନଭଣ୍ଡାର ସୁରକ୍ଷିତ ରଖି ।ରୁ ନାହିଁ ,ସେ ଦେଶର ଚାବିକାଠି ରଖିବ କହୁଛି ବୋଲି  କଟାକ୍ଷ କରିଛନ୍ତି । ଦିନକୁ ୧୮ ଘଂଟା ପରିଶ୍ରମ କରୁଥିବା ଲୋକର ନାଁ ହେଲା ନରେନ୍ଦ୍ର ମୋଦି । ମାତ୍ର ନବୀନ ବାବୁଙ୍କୁ ୧୦ କଦମ ଚାଲିବାକୁ କେତେ ସମୟ ଲାଗେ ବୋଲି  ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର କରିବାକୁ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ