‘ଜାତି ଭିତ୍ତିକ ଜନ ଗଣନା ଜରୁରୀ, ଦ୍ଵନ୍ଦ୍ଵ ସହ ସମସ୍ୟା ଦୂର ହେବ’

କଟକ (ଓ୍ବାଇଏନଏସ): ଜାତି ଭିତ୍ତିକ ଜନ ଗଣନା ଦ୍ୱାରା ଅନେକ ଦ୍ୱନ୍ଦ୍ୱ ଦୂର ହେବ। ଏହା କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଯେହେତୁ ଜାତି ଆଧାରରେ ରାଜ୍ୟ ଏବଂ କେନ୍ଦ୍ର ନିଜ ନିଜ ସ୍ତରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି, ଏହା ଅନେକ ସମୟରେ ସମସ୍ୟା ସୃଷ୍ଟି କରୁଛି। ବେଳେ ବେଳେ ଜାତିକୁ ନେଇ ପ୍ରସ୍ତୁତ ହୋଇଥିବା ସରକାରୀ ତାଲିକାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହୁଛି। ଆଗକୁ ସେଭଳି ସମସ୍ୟା ଦୂର କରିବା ଲାଗି ଜାତି ଭିତ୍ତିକ ଜନ ଗଣନା ହେବା ଜରୁରୀ ଥିଲା ବୋଲି କହିଛନ୍ତି ଦେଉଛନ୍ତି ଭର୍ତ୍ତୃହରି। ସୂଚନାଯୋଗ୍ୟ, ଦେଶରେ ଦୀର୍ଘ ବର୍ଷ ଧରି ଜାତିଗତ ଜନଗଣନା ନେଇ ରାଜନୀତି ଚାଲି ଆସିଛି। ଏପ୍ରିଲ ମାସ ଶେଷ ଆଡ଼କୁ କେନ୍ଦ୍ର ସରକାର ଦେଶରେ ଜାତିଗତ ଜଣଗଣନା କରିବେ ବୋଲି ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରର ଏହି ଘୋଷଣା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଶ୍ରେୟ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। କଂଗ୍ରେସ ନିଜ ସରକାର ଅମଳରେ ଜାତିଗତ ଗଣନାକୁ ସମର୍ଥନ କରିଥିଲେ ବି ଏହାକୁ ଲାଗୁ କରି ପାରି ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ