କାଶୀନଗରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ଇଣ୍ଡୁର୍ ଷ୍ଟାଡିୟମ୍ ଠାରେ ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ା ପ୍ରଦୀପ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ବିଧାୟକ ଇ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବାରା ତିରୁପତି ରାଓ ସଭାର ସଭାପତି ଭାବେ ଜିଲ୍ଲାପାଳ ବିଜୟ କୁମାର ଦାସ, ତଥା ଅନ୍ୟ ମାନ୍ୟଗଣ୍ୟ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା, ବ୍ଲକ୍ ଅଧ୍ୟକ୍ଷା ବାଲା ସାୟାମା, ଏନ୍ଏସି ଅଧ୍ୟକ୍ଷା ଏମ୍ ସୁଧାରାଣୀ, ଏନ୍ଏସି ଉପାଧ୍ୟକ୍ଷ ରଘୁରାମ ସାହୁ ଆଦି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଅଞ୍ଚଳକୁ  ସୌଭାଗ୍ୟମୟ ଓ ଗୌରବାନ୍ଵିତ କରିଥିଲେ। ପ୍ରତିମୂର୍ତ୍ତୀରେ ପୂଜା ଓ ସଭା ସଞ୍ଚାଳନ ବଂଶଧାରା ପାଠାଗାର ସଭାପତି ହୃଷୀକେଶ ଗୌଡ଼ଙ୍କ ଦ୍ବାରା ସୁଚାରୁ ରୂପେ ପରିଚାଳିତ ହୋଇଥିଲା ଏବଂ ଜିଲ୍ଲା ସସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ ଉତ୍ସବକୁ ସଫଳ କରିବା ପାଇଁ ବଂଶଧାରା ପାଠାଗାରର ସମସ୍ତ କର୍ମକର୍ତ୍ତା, ସାମ୍ୱାଦିକ ବନ୍ଧୁ ଗଣ, ଓମ୍ ଶାନ୍ତିର ଭାଇ ଓ ଭଉଣୀ, ତଥା ନାଗରିକ ମାନେ ସହଯୋଗ କରିଥିଲେ। ସଭାରେ ବହୁ ଜନ ସମାଗମ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ