ଜିଲ୍ଲା ରାଜସ୍ୱ ବୈଠକ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରାଜସ୍ୱ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜସ୍ୱ ସଂଗ୍ରହ, ବନ୍ଦୋବସ୍ତ ବସୁନ୍ଧରା ଯୋଜନା ଅନ୍ତର୍ଗତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ ଓ ପଟ୍ଟା ବଣ୍ଟନ, ଜଙ୍ଗଲ ଅଧିକାର ଆଇନ ପଟ୍ଟା ସଂଶୋଧନ, ବକେୟା ପେନସନ ଓ ଅଭିଯୋଗର ତ୍ୱରିତ ଶୁଣାଣି ଆଦି ରାଜସ୍ୱ ସମ୍ପର୍କିତ ବିଷୟ ଉପରେ ବିଶଦ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଉପଜିଲ୍ଲାପାଳ କେନ୍ଦୁଝର, ଚମ୍ପୁଆ ଓ ଆନନ୍ଦପୁର ଯଥାକ୍ରମେ ଶ୍ରୀ ଉମାଶଙ୍କର ଦଳାଇ, ଶ୍ରୀ ଉମାକାନ୍ତ ପରିଡା ଓ ନୀଳମାଧବ ସୁନା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ପୁନମ ରାଉତ, ଡେପୁଟି କଲେକ୍ଟର ରାଜସ୍ୱ ଫିରୋଜ ଖାଁ ଓ ଜିଲ୍ଲାର ସମସ୍ତ ତହସିଲଦାର ଉପସ୍ଥିତ ଥିଲେ।