ବାଇକ୍ରେ ଆସି ଘର ବାରଣ୍ଡାରେ ବସିଥିବା ବୃଦ୍ଧାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଂଚାୟତ କୋରଣିଆ ଗ୍ରାମର ୮୪ବର୍ଷର ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ। ଯାହାକୁ ନେଇ ବୃଦ୍ଧାଙ୍କ ପୁଅ ଦେବ ନାରାୟଣ ମହାନ୍ତି ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେବ ନାରାୟଣଙ୍କ ଅଭିଯୋଗ ମୁତାବକ ତାଙ୍କ ମା’ ହରପ୍ରିୟା ମହାନ୍ତି ଆଜି ଦିନ ପ୍ରାୟ ୯ଟା ସମୟରେ ଘରର ଦୁଆର ମୁହଁ ବାରଣ୍ଡାରେ ବସି ଖାଉଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍ ରେ ୨-୩ ଥର ଗାଁକୁ ଯିବା ଆସିବା କରିଥିଲେ। ହଠାତ୍ ଜଣେ ଯୁବକ ଗାଡି ଉପରେ ବସି ଗାଡି ଷ୍ଟାଟ କରିବା ସମୟରେ ଅନ୍ୟ ଜଣେ ଯୁବକ ତାଙ୍କ ମା’ଙ୍କ ପଛପଟୁ ସୁନା ଚେନ୍‌ଟିକୁ ଛିଣ୍ଡାଇ ନେଇଥିଲେ। ତାଙ୍କ ମା’ ଜୋରରେ ପାଟି କରିବାରୁ ସେଠାରୁ ଦୁବୃର୍ତ ଦୁଇ ଜଣ ବାଇକ୍ ନେଇ ଫେରାର ହୋଇଯାଇଥିଲେ। ଚୋରି ଯାଇଥିବା ସୁନା ଚେନ୍ ର ଓଜନ୧୪ଗ୍ରାମରୁ ଅଧିକ ହେବ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତିିକରି ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରଦିପ୍ତ କାନୁନଗୋ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ