ଆସିକା ହରିହର ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଆସିକା (ୱାଇଏନ୍ଏସ୍) : ଆସିକା ହରିହର ହାଇସ୍କୁଲର ୨୦୧୫ବ୍ୟାଚର ବହୁ ବାଲ୍ୟ ବନ୍ଧୁ ଗଜପତି ଜିଲ୍ଲାର ପର୍ଯ୍ୟଟନସ୍ଥଳ ଜିରାଙ୍ଗ ଠାରୁ କିଛି କିଲୋମିଟର ଦୂରରେ ଥିବା ଖସଡା ପରିସରରେ ମିଳିତ ହୋଇ ସେମାନଙ୍କର ପୁରୁଣା ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି। ଆସିକା ହରିହର ହାଇସ୍କୁଲରେ ୨୦୧୫ ମସିହାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ସଂଗ୍ରାମ ମହାନ୍ତି, ସୁମନ ପାଢୀ, ତାରିଣୀ ଆଚାରୀ, ସଚ୍ଚିନ୍ ପାତ୍ର, ଆଲୋକ ବିଶ୍ୱାଳ, ଅନିଲ୍ ପରିଡା, ପରବେଶ୍ ଖାନ୍, ରାଜା ସ୍ୱାଇଁ, ବିନାୟକ ତ୍ରିପାଠୀ, ଅଭୟ ଦଳେଇ, ଅଶ୍ୱିନୀ ସ୍ୱାଇଁ, କାଳିଆ ନାୟକ, ପବିତ୍ର ଜେନା, ରାହୁଳ ଜେନା, ଶ୍ରୀତମ୍ ସ୍ୱାଇଁ, ଶୁଭମ୍ ପାତ୍ର, ପ୍ରଦୀପ ପାଳ, ନାଗା ବେହେରା, ଦେବବ୍ରତ ଗୌଡ, ରମାନନ୍ଦ ବିଷୋୟୀ, ପ୍ରଶାନ୍ତ ବେହେରା, ଦିବ୍ୟ ପାତ୍ର, ପିଣ୍ଟୁ ଆଚାରୀ, ମୁକେଶ୍ ସିୟ, କାହ୍ନା ପାଣିଗ୍ରାହୀ, ରାକେଶ୍ ଗୁରୁଙ୍କ ସମେତ ବହୁ ସହପାଠୀ ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦୀର୍ଘ ୧୦ବର୍ଷ ପରେ ଆସିକାର ଅତି ପୁରାତନ ହରିହର ହାଇସ୍କୁଲର ୨୦୧୫ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଆସିକା ହରିହର ହାଇସ୍କୁଲକୁ ଇତି ମଧ୍ୟରେ ୧୦୦ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୨୦୧୫ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା। ହରିହର ହାଇସ୍କୁଲରେ ଶିକ୍ଷାଜୀବନ କଟାଇଥିବା ଛାତ୍ର ମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ୨୦୧୫ବ୍ୟାଚର ପୁରାତନ ଛାତ୍ରମାନେ ସେମାନଙ୍କର ପାଠପଢା ସମୟର କେତେକ ଶିକ୍ଷକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରିଥିବା ବେଳେ ସେହି ବ୍ୟାଚ୍ର ବିଦ୍ୟାର୍ଥୀ ମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଟିତ ଥିବା ୨୦୧୫ ବ୍ୟାଚ୍ର ବାଲ୍ୟବନ୍ଧୁ ମାନେ ନିଜନିଜର ପାରିବାରିକ ସ୍ଥିତି, କର୍ମକ୍ଷେତ୍ରର ଅନୁଭୁତି ବଖାଣିବା ସାଙ୍ଗକୁ ଏହି ପୁରାତନ ଶିକ୍ଷାନୁଷ୍ଟାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସହରର ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଶତାୟୁ ପୁରାତନ ହରିହର ହାଇସ୍କୁଲର ୨୦୧୫ ମାଟ୍ରିକ ବ୍ୟାଚ୍ର ସହପାଠୀମାନେ ଏକତ୍ରିତ ହୋଇ ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନଯାପନ ସଂପର୍କରେ ଭାବର ଆଦାନ ପ୍ରଦାନ କରିବା ସହ ପାଠପଢା ସମୟର ସ୍ମୃତିକୁ ସାଉଁଟିଥିବା ଦେଖିବାକୁ ମିଳିଥିଲା ।


