ସାମାନ୍ୟ ବଚସାରୁ ଛୁରାମାଡ଼

କଟକ, (ଓ୍ବାଇଏନଏସ): କଟକରେ ଯୁବକଙ୍କୁ ଛୁରା ମାଡ଼। କ୍ୟାଣ୍ଟନମେଣ୍ଟ ରୋଡ ଅଞ୍ଚଳରେ ଯୁବକଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ ହୋଇଛି। ଆହତ ଯୁବକ ହେଲେ ମହମ୍ମଦ ଇମତିଆଜ। ସେ ଏକ ହୋଟେଲ ନିକଟରେ ବସିଥିବା ବେଳେ କୌଣସି କାରଣରୁ ହୋଟେଲ ମାଲିକଙ୍କ ସହ ବଚସା ହୋଇଥିଲା। ଏହି ସମୟରେ ହୋଟେଲ ମାଲିକ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ