ଆଦିବାସୀ ପରିବାରକୁ ଜନନୀ ଯନ୍ତ୍ରଣା : ଗର୍ଭବତୀଙ୍କୁ ବୁହାଗଲା ୫ କିଲୋମିଟର ରାସ୍ତା

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ପଞ୍ଚାୟତର ଆଦିବାସୀ ଗ୍ରାମ ଚାଞ୍ଚରା ର ରୀନା ଶବରଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ଯୋଗୁଁ ଜଙ୍ଗଲ ଚଲାରାସ୍ତାରେ ୫ କିଲୋମିଟର ବୁହାହୋଇ ଆସିଲା ପରେ ଅଟୋରେ ଗୋଛାବାଡ଼ିର କରୁଣା ଟ୍ରଷ୍ଟ ପରିଚାଳିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପୂର୍ବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)କୁ ୧୦ ଘଣ୍ଟା ରାତ୍ରରେ ଅଣାଯାଇଥିଲା। ଗ୍ରାମକୁ ରାସ୍ତା ନଥିବା ଯୋଗୁ ଆମ୍ବୁଲାନ୍ସ ଯାଇପାରିନଥିଲା। ରୀନାଙ୍କ ଗର୍ଭ ଯନ୍ତ୍ରଣା ଯୋଗୁଁ ଗ୍ରାମ ଲୋକଙ୍କ ସହଯୋଗରେ ୫ କିଲୋମିଟର ବୋହି ନେଲାପରେ ସେଠାରୁ ଅଟୋ ରିକ୍ସାରେ ପାଣ୍ଡିରିପଡା ସ୍ବାସ୍ଥ୍ଯ କେନ୍ଦ୍ରରେ ରାତି ୧୦ ଘଣ୍ଟା ସମୟରେ ପହଞ୍ଚିଥିଲେ। ପାଣ୍ଡିରିପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରାତ୍ର ୧୨ ଘଣ୍ଟା ସମୟରେ ରୀନା ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ମେଡ଼ିକାଲରେ ପୁତ୍ର ସନ୍ତାନ ଓ ମାଆ ସୁସ୍ଥ ଥିବା ରୀନାଙ୍କ ସ୍ବାମୀ ରଞ୍ଜିତ ଶବର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ