ବୃଦ୍ଧାଙ୍କୁ ଅସଦାଚରଣ ଓ ପୁଅଙ୍କୁ ହତ୍ୟା ଉଦ୍ୟମ

 ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସାନରେଡିକା ସାହି ର ନର୍ମଦା ପାଢ଼ୀ ନାମ୍ନୀ ଜଣେ ବୃଦ୍ଧା ଙ୍କୁ ଅସଦାଚରଣ କରାଯିବା ସହ ତାଙ୍କ ପୁଅ ରଞ୍ଜନ ପାଢ଼ୀ ଙ୍କୁ ପନିକି ରେ ହାଣି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।ଗ୍ରାମର ପେସାଦାର ଅପରାଧି ଏସ.ରାଜୀବ ରେଡ୍ଡୀ ଙ୍କ ବିରୋଧରେ ରଞ୍ଜନ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲା କୁ ଭିତ୍ତିକରି ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୫/୨୫ ଅନୁଯାୟୀ ଅଭିଯୁକ୍ତ ରାଜୀବ  ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ରାଜୀବ ଗତ କିଛି ଦିନ ହେଲା  ନର୍ମଦା ଙ୍କୁ ବଟି  ମାଗିବା ସହ ଘରେ ପଶି ଗାଳି ଗୁଲଜ କରି ଆସୁଥିଲେ।ଏନେଇ ରଞ୍ଜନ ପୂର୍ବରୁ ଦୁଇଥର ଥାନାରେ ଅଭିଯୋଗ କରିଥିଲେ।ଗତ ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ ଟାରେ ନର୍ମଦା ଘରେ ଏକୁଟିଆ ଥିବାବେଳେ ରାଜୀବ ତାଙ୍କୁ ଗାଳି କରି ଧମକ ଦେଇଥିଲେ। ଖବରପାଇ ବ୍ରହ୍ମପୁର ରେ ରହୁଥିବା ରଞ୍ଜନ  ଅପରାହ୍ନ ପ୍ରାୟ ୧ ଟାରେ ଘରେ ପହଞ୍ଚି ମା ଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ  ରାଜୀବ କୁ ଯାଇ ପଚାରିବାରୁ ସେ ଘରୁ ଏକ ପନିକି ଆଣି  ତାଙ୍କ ମୁଣ୍ଡ କୁ ଚୋଟ ପକାଇବା ସହ ତାଙ୍କ ମା ଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି ।ଦିଗପହଣ୍ଡି ଥାନାରେ ରାଜୀବ ଙ୍କ ବିରୋଧରେ ବୋମାମାଡ,ହତ୍ୟା ଉଦ୍ୟମ,ରାହାଜାନୀ,ଦାଦା ବଟି ଆଦାୟ ଭଳି ଅନେକ ସଙ୍ଗୀନ ମାମଲା ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ