ପଲ୍ଲୀରେ ପ୍ରଶାସନ
ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ନୀଳଗିରି ବ୍ଲକ୍ ଅନ୍ତର୍ଗତ ଗରଡିହି ପଞ୍ଚାୟତର କୁଞ୍ଚିବନିଆ ପଡିଆ ରେ ” ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କର ଅଭିଯୋଗ ଶୁଣାଣୀ କରି ତାହାର କେମିତି ତ୍ୱରିତ ସମାଧାନ ହେବ ସେ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ସର୍ବାଙ୍ଗୀନ ଉନ୍ନତି ପାଇଁ ବିହିତ ପଦକ୍ଷେପ ନେବାପାଇଁ କଥା ଦେଇଥିବା ସହିତ ଅନେକ ଲୋକାଭିମୁଖୀ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ଯେପରି ପାଞ୍ଚଟି ଗ୍ରାମ୍ୟ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାର ପଦକ୍ଷେପ , କିଅତୋଟା ହରିଜନ ଓ ଆଦିବାସୀ ହଷ୍ଟେଲ ର କ୍ଷମତା ୪୦ ରୁ ବୃଦ୍ଧି କରି ୧୦୦ କରିବା, ଆଉ ଚାରୋଟି ଖେଳପଡିଆ ପ୍ରସ୍ତୁତି , ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ଆଦି ସହ ପିଡବ୍ଲ୍ୟୁଡି ରାସ୍ତାଠାରୁ ଗରଡ଼ିହି ପଞ୍ଚାୟତ କାର୍ଯ୍ୟାଳୟ ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟ , ମୁଖ୍ୟମନ୍ତ୍ରୀ ମୋ ବସ୍ ସେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଯାଏଁ ବର୍ଦ୍ଧିତ କରିବା ସହ କଳବନ୍ଧ ପିଏଚ୍ଚସି ରେ ସ୍ଥାୟୀ ଡାକ୍ତର ଓ ୪ ଟି ଷ୍ଟାଫ ନର୍ସ ଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନେବା କଥା ଦେଇ ଆସିଲେ। ଅନେକ ସୁଭଦ୍ରା ଯୋଜନା , ଆୟୁଷ୍ମାନ ଓ ଅନ୍ୟ ଯୋଜନା ରେ ଉପକୃତ ମା ଭଉଣୀ ମାନେ ସରକାରଙ୍କୁ ଧନ୍ୟବାଦ୍ ଦେବା ସହ ଜିଲ୍ଲାପାଳଙ୍କୁ ଅନ୍ୟ ହିତାଧିକାରୀଙ୍କ ନାମ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଇବ ଲାଗି ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତି ପନ୍ଦର ଦିନରେ ଥରେ ହରିଜନ ଓ ଆଦିବାସୀ ବହୁଳ ଗ୍ରାମ ଓ ଅନ୍ୟ ଦୂରବର୍ତ୍ତୀ ଗ୍ରାମମାନଙ୍କରେ ଆୟୋଜିତ ହେବ ଯେଉଁଠି ଜିଲ୍ଲାପାଳ ସିଧାସଳଖ ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ସେମାନଙ୍କ ଅଭିଯୋଗର ସମାଧାନ କରିବେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଆଇ ଏ ଏସ୍ ପ୍ରୋବେସନର ଶାମଲ୍ ଭଗତ, ବିଡିଓ ଓ ତହସିଲଦାର ନୀଳଗିରି ,ପି ଏଆଇଟିଡିଏ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ