ଏବିଭିପି ତରଫରୁ ରାଜ୍ୟସ୍ତରୀୟ ଜନଜାତି ଛାତ୍ରନେତା ସମ୍ମିଳନୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପୂର୍ବ ତରଫରୁ ଏକ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଜନଜାତି ଛାତ୍ରନେତା ସମ୍ମିଳନୀ ଓ ଜନଜାତି ବିଦ୍ୟାର୍ଥୀ ଦକ୍ଷତା  ବିକାଶ କାର୍ଯ୍ୟଶାଳା ଅୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ହଜାରେରୁ ଉର୍ଦ୍ଧ ଜନଜାତି ଛାତ୍ରନେତା ମାନେ ଯୋଗ ଦେଇଥିଲେ। ଏହାର ଉଦ୍ଘାଟନ ସତ୍ରରେ କେନ୍ଦୁଝରର ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାଏକ ଉପସ୍ଥିତ ରହି ଜାତୀୟ ଜନଜାତି ଆୟୋଗର ବିବରଣୀ ରଖିଥିଲେ।ଏହା ସହିତ କେନ୍ଦୁଝର ନଗରର ପୌରପାଳିକାର ଅଧ୍ୟକ୍ଷ ଶ୍ରୀମତୀ ନୀକୁ ସାହୁ ଅତିଥି ଭାବେ ଉପସ୍ଥିତ ଥିଲେ। ଅଖିଳ ଭାରତୀୟ ଜନଜାତି କାର୍ଯ୍ୟ ପ୍ରମୁଖ ଶ୍ରୀ ପ୍ରମୋଦ ରାଉତ ପୂର୍ଣ୍ଣ ସମୟ ଉପସ୍ଥିତ ରହି ଜନଜାତି ସମାଜର ଗାରିମା ଓ ବିଦ୍ୟାର୍ଥୀ ମାନଙ୍କ ବିକାଶ ଉପରେ ଆଲୋକପାତ କରିଥିଲେ। ଏହି ଭଳି ବିମର୍ଶ ବିଷୟରେ ବନବାସୀ କଲ୍ଯାଣ ଆଶ୍ରମର ପ୍ରାନ୍ତ ଗ୍ରାମ ବିକାଶ ପ୍ରମୁଖ ମହିରାମ ମହାନ୍ତ ଓ ORP ବିଷୟରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଖଗେଶ୍ଵର ମହାନ୍ତ ବିଷୟ ରଖିଥିଲେ। ଜନଜାତି ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ Career Counseling ସତ୍ରରେ ଆୟୁଷ୍ମାନ ମହାନ୍ତି ବିଷୟ ରଖିଥିଲେ। ସମାପନ ଦିବସ ଦିନ ୧୫୦୦ ରୁ ଅଧିକ ବିଦ୍ୟାର୍ଥୀ ସାଂସ୍କୃତିକ ଶୋଭାଯାତ୍ରାରେ ଭାଗ ନେଇଥିଲେ ଏହି ଜନ ସଭାରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ଜନଜାତି ସହ କାର୍ଯ୍ୟକ୍ରମ ପ୍ରମୁଖ ଶ୍ରୀ ନିଲେଶ ଶୋଲାଙ୍କି ଯୋଗ ଦେଇ ଜନଜାତି ଛାତ୍ରନେତା ମାନେ ଦେଶ ପାଇଁ ଉତ୍ସର୍ଗୀକୃତ ହୁଅନ୍ତୁ ବୋଲି ଆହ୍ଵାନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ