ମହିଳାଙ୍କୁ ଛୁରୀଭୂଷି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ପୋଲସରା(ଅନୀଲ କୁମାର ମହାରଣା):  ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ଥାନା ଅନ୍ତର୍ଗତ ଚିରିକିପଡା ଶାସନରେ ଗତ ସେପ୍ଟେମ୍ବର ୨୨ ତାରିଖ ଦିନ ସେହି ଗ୍ରାମର ଧୋବା ସାହିର ଶଇଳ ସେଠୀ (୫୫) ଙ୍କୁ ଛୁରୀରେ ଭୂଷି ହତ୍ୟା କରାଯାଇଥିଲା । ଶୈଳ ବାଘୁଆକୁ ଗାଧୋଇବାକୁ ଯାଇ ଫେଇବା ବେଳେ ହତ୍ୟା କରିବା ସହ ସେ ପିନ୍ଧିଥିବା କାନଫୁଲ ଓ ନାକଫୁଲ ଅଳଙ୍କାରକୁ ନେଇ ହତ୍ୟାକାରୀ ଫେରାର ହୋଇଯାଇଥିଲା। ଏନେଇ ପୋଲସରା ଥାନା କେଶ ନଂ ୬୮୫/୨୫ ପ୍ରକାରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶୈଳ ସେଠୀଙ୍କୁ ସେହି ଗ୍ରାମର ଧୋବା ସାହିର ସୁରେନ୍ଦ୍ର ସେଠୀ ଓରଫ ନଣ୍ଡା ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଥିଲା। ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ପୋଲିସ ଖୋଜାଖୋଜି କରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରୁ ଆସାମୀ ସୁରେନ୍ଦ୍ର ସେଠୀ କୁ ହତ୍ୟାକାଣ୍ଡର ଷଷ୍ଠ ଦିନ ୨୭/୯/୨୫ ତାରିଖରେ ଗିରଫ କରିବାରେ ସଫଳ ହୋଇଥିବା ଓ ଆସାମୀ ସୁରେନ୍ଦ୍ର ଠାରୁ ଏକ ଧାରୁଆ ଛୁରୀ ଜବତ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୁଜିତ ନାୟକ ଓ ଆଇଆଇସି କୌଶିକ ମାଝୀ ପ୍ରକାଶ କରିଥିଲେ। ଆଜି ଆସାମୀ ସୁରେନ୍ଦ୍ର ସେଠୀ ଓରଫ ନଣ୍ଡାକୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ