ପେପର ପ୍ଲେଟ ଓ ଦୋନା କ୍ଲଷ୍ଟର ଉଦଘାଟିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ବାଛରା ଗ୍ରାମ ପଞ୍ଚାୟତରେ ଶ୍ରଦ୍ଧାସୁମନ ପେପରପ୍ଲେଟ ଏବଂ ଦୋନା କ୍ଲଷ୍ଟର ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କ୍ଳଷ୍ଟରକୁ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଓରମାସର ଡେପୁଟି ସିଇଓ ନିରଦ ଜେନାଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


