ଘରେ ପଶି ଶାଶୁଙ୍କୁ ଆକ୍ରମଣ ଅଭିଯୋଗ ; ଅଭିଯୁକ୍ତ ଜ୍ବାଇଁ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ ଖଇରପଙ୍କ ଗ୍ରାମର ବି. ହରି କନ୍ୟାରି ଙ୍କୁ ମଙ୍ଗଳବାର କେ.ନୂଆଗାଁ ଥାନା ପୁଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୪୩/୨୫ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ହରି ସୋମବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ କେ.ନୂଆଗାଁ ରେ ରହୁଥିବା ତାଙ୍କ ଶାଶୁ ଶଶୀ କନ୍ୟାରି ଙ୍କ ଘରେ ପହଞ୍ଚି ତାଙ୍କୁ ଆକ୍ରମଣ କରିବା ସହ ଅସଦାଚରଣ କରିଥିଲେ। ପାଟି ଶୁଣି ସାହି ପଡୋଶୀ ଆସିବାରୁ ସେ ସେଠାରୁ ପଳାଇଥିଲେ। ଏନେଇ ଶଶୀ କେ.ନୂଆଗାଁ ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଫାଣ୍ଡି ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେ.ନୂଆଗାଁ ଗ୍ରାମର ସ୍ବର୍ଗତ କୁତୁଲି କନ୍ୟାରି ଙ୍କ କନ୍ୟା ଆଦି କନ୍ୟାରି ଙ୍କୁ ପ୍ରାୟ ୧୫ ବର୍ଷ ପୂର୍ବେ ହରି ବିବାହ କରିଥିଲେ। ସ୍ତ୍ରୀ ଆଦି ଙ୍କୁ ହରି ସଦାସର୍ବଦା ମାଡ଼ ମାରି ଯୌତୁକ ନିର୍ଯ୍ୟାତନା ଦେବାରୁ ସେ ଗତ ମାର୍ଚ୍ଚ ୩୦ ତାରିଖରେ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ କରାଯାଇ ଥାନା ମାମଲା ନଂ.୧୦୫/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମକଦ୍ଦମା ରୁଜୁ କରାଯାଇଥିଲା ବୋଲି ତଦନ୍ତକାରୀ ଅଧିକାରୀ ଫାଣ୍ଡି ଏସ.ଆଇ ଜଗବନ୍ଧୁ ବାର୍ଲା କହିଛନ୍ତି