ଗ୍ୟାସ ସିଲିଣ୍ଡର କଳା ବଜାର ରୋକିବାକୁ ତତ୍ପର ପ୍ରଶାସନ

ଗୁଣପୁର,(ୱାଇଏନଏସ):ରୋଷେଇ ଗ୍ୟାସ ସିଲଣ୍ଡର କଳା ବଜାର ରୋକିବା ପାଇଁ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ତତ୍ୱବୋଧାନରେ ଗୁଣପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରଶାସନିକ ଚଢ଼ାଉ କରାଯାଇଥିଲା । ବିଭିନ୍ନ ହୋଟେଲ, ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଅବୈଧ ଭାବେ ଘୋରେଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଥିବା ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ନଜରକୁ ଅଭିଯୋଗ ଆସିବାପରେ ଆଜି ପ୍ରଶାସନିକ ତତ୍ପରତା ଦେଖାଯାଇଥିଲା। ଗୁଣପୁର ସହରର ବଂଶୀ କ୍ରିଷ୍ଣା, ଗ୍ରୀନ ଚିଲ୍ଲୀ, ନିଉ ଗ୍ରୀନ ଚିଲ୍ଲୀ, ଆରକେ, ହାଇଦ୍ରାବାଦ ବିରିୟାନି, ପକ୍ଵନ, ରେଡ଼ ଚିଲ୍ଲୀ ଭଳି ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଥିଲା। ନିଉ ଗ୍ରୀନ ଚିଲ୍ଲୀ ହୋଟେଲରୁ ଗୁଣପୁର ଅତିରିକ୍ତ ତହସିଲଦାର ଅଭିଳାଷ ଶତପଥୀ ରାମନଗୁଡା ଅତିରିକ୍ତ ତହସିଲଦାର ଦୀପରାଣୀ ବେହେରା ଓ ଯୋଗାଣ ବିଭାଗ ପ୍ରଦୀପ ନାଲା ପ୍ରମୁଖ ଚଢ଼ାଉ କରି ତିନୋଟି ଘରେଇ ଗ୍ୟାସ ସିଲିଣ୍ଡର ଜବତ କରି ବ୍ୟବସାୟକ ଅନୁଷ୍ଠାନରେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ । ମୁନିଗୁଡା ତହସିଲଦାର ଏମ ଅନୁରାଧାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ବ୍ରଜ ଗୋପାଳ ଦାସ ପ୍ରମୁଖ ମୁନିଗୁଡା ଗ୍ୟାସ ଗୋଦାମ, ହୋଟେଲ ଆଦିରେ ଚଢ଼ାଉ କରାଯାଇ ବିଭିନ୍ନ ହୋଟେଲ ମାଲିକଙ୍କ ଠାରୁ ଘରୋଇ ଗ୍ୟାସ ବ୍ୟବହାର ନକରିବାକୁ ସ୍ବୀକାରୋକ୍ତି ଲିଖିତ ଭାବେ ଆଦାୟ କରିଛନ୍ତି । ସେହିପରି ରାମନଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ରାମନଗୁଡାର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ଘରୋଇ ଗ୍ୟାସ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଥିଲା । ପଦ୍ମପୁର, ଗୁଡାରି, ବିଷମକଟକ ଆଦି ସ୍ଥାନରେ ମଧ୍ୟ ତହସିଲଦାର, ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ମାନେ ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ, ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତି, ଅନୁଷ୍ଠାନ ଆଦିରେ ଚଢ଼ାଉ କରିଥିଲେ । ଘରେଇ ଗ୍ୟାସ ସିଲିଣ୍ଡର କଳାବଜାର କରୁଥିବା ବ୍ୟକ୍ତି ଅନୁଷ୍ଠାନ ପ୍ରତି ନଜର ରଖିବାକୁ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ଘରେଇ ଗ୍ୟାସ ବଣ୍ଟନ ପ୍ରତି ସୁନିଶ୍ଚିତ କରିବାକୁ ଓ ଗ୍ୟାସ ମହଜୁଦ ଥିବା ଫଳକ ଗୋଦାମ, ଅଫିସ ସାମ୍ନାରେ ଟାଙ୍ଗିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ଗ୍ୟାସ ଏଜେନ୍ସିଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ବାଣିଜ୍ୟ ରୋଷେଇ ଗ୍ୟାସ ଅଭାବରୁ ଗୁଣପୁର ସମେତ ବିଭିନ୍ନ ଅଞ୍ଚଳର ବଡ଼ ବଡ଼ ହୋଟେଲ ଗୁଡିକ ପ୍ରାୟ ୧୫ ଦିନ ହେଲା ବନ୍ଦ ରହିଛି। ସେହିପରି ମାସିକ ଜିଲ୍ଲାକୁ ଆବଶ୍ୟକ ହେଉଥିବା ଘରୋଇ ଗ୍ୟାସ ଓ ବାଣିଜ୍ୟ ଗ୍ୟାସ ଏବଂ ଗଚ୍ଛିତ ରହିଥିବା ପରି ସଂଖ୍ୟାନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ