କୃଷି ଭିତ୍ତିକ କାର୍ଯ୍ୟକ୍ରମ ର ସମୀକ୍ଷା କଲେ କୃଷି ନିର୍ଦ୍ଦେଶକ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କୃଷି ନିର୍ଦ୍ଦେଶକ, ଓଡିଶା ଶ୍ରୀଯୁକ୍ତ ଶୁଭମ ସକସେନା  ଆଜି ପୂର୍ବାହ୍ନରେ ସ୍ଥାନୀୟ ଦରବାର ହଲ ଠାରେ  ବିଭିନ୍ନ କୃଷି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।  ସମୀକ୍ଷା ବୈଠକର ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କେନ୍ଦୁଝର ଶ୍ରୀଯୁକ୍ତ ସତ୍ୟବାନ ସୋରେନ ସ୍ଵାଗତ ଭାଷଣ ଦେବା ସହିତ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କୃଷି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ । ଉପ ଉଦ୍ୟାନକୃଷି ନିର୍ଦେଶକ ଶ୍ରୀଯୁକ୍ତ ସୌମେନ୍ଦ୍ର ପାଣିଗ୍ରାହୀ ତାଙ୍କ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ସମ୍ବଧ୍ୟରେ ତଥ୍ୟ ଉପସ୍ଥାପନ କରିଥିଲେ । ତତ୍ପରେ ପ୍ରକଳ୍ପ ନିର୍ଦେଶକ , ଜଳବିଭାଜିକା , କେନ୍ଦୁଝର ଶ୍ରୀଯୁକ୍ତ ଅଶୋକ କୁମାର ପାଣିଗ୍ରାହୀ ବିଭାଗୀୟ କାର୍ଯ୍ୟକ୍ରମର  ଅଗ୍ରଗତି ସମ୍ବଧରେ ସୂଚନା ଦେଇଥିଲେ । କୃଷି ନିର୍ଦେଶକ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ଫସଲ ସର୍ଭେକ୍ଷଣ  , କୃଷକ ରେଜିଷ୍ଟ୍ରୀ , ପି.ଏସ. ଏସ, ଏକ ପେଡ ମା କେ ନାମ ପ୍ରଭୁତ୍ତି ଯୋଜନା ଗୁଡିକୁ ସଠିକ ଢଙ୍ଗରେ ପରିଚାଳନା କରିବାକୁ ଗୁରୁତ୍ଵାରୋପ କରିଥିଲେ । ଚାଷୀଙ୍କ ପାଇଁ ଉଦିଷ୍ଠ ସହାୟତା ରାଶିକୁ ଅତି ଶୀଘ୍ର ଡ଼ିବିଟି ମୋଡରେ ପ୍ରଦାନ କରିବାକୁ ଉପଦେଶ ଦେଇଥିଲେ । ଉକ୍ତ ସମୀକ୍ଷାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଲ ସିଂହ , ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୂଷଣ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ  ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ କୃଷି ନିର୍ଦେଶକ ଶ୍ରୀଯୁକ୍ତ ଯାମି ସୂର୍ଯ୍ୟ ନାରାୟଣ ରାଓ, ଯୁଗ୍ମ କୃଷି ନିର୍ଦେଶକ ଶ୍ରୀଯୁକ୍ତ ପର୍ଶୁରାମ ବେହେରା, ଯୋଜନା ଅଧିକାରୀ ଶ୍ରୀଯୁକ୍ତ ହରେକୃଷ୍ଣ ପ୍ରଧାନ  ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସମୀକ୍ଷା ବୈଠକରେ କୃଷି, ଉଦ୍ୟାନ କୃଷି , ଜଳବିଭାଜିକା , ସମବାୟ, ଓଡିଶା ଜୀବିକା ମିଶନ , ଜଳସେଚନ , ଓଡିଶା କୃଷି ଶିଳ୍ପ ନିଗମ , କୃଷି ବିଜ୍ଞାନ କେନ୍ଦ୍ର , ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର , ମାର୍କଫେଡ ପ୍ରଭୁତ୍ତି ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ ଯୋଜନା ସହଯୋଗୀ ଅନୁଷ୍ଠାନର କର୍ମକର୍ତ୍ତାଗଣ ଯୋଗ ଦେଇଥିଲେ । ସଭା ଶେଷରେ କେନ୍ଦୁଝର କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵଜୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ