ସେବା ପକ୍ଷ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଉପଲକ୍ଷେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ୧୫ ଦିନ ଧରି ସେବା ପକ୍ଷ ପାଳିବ ବିଜେପି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସାରା ଭାରତରେ ସେବା ପକ୍ଷ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ଆଜି କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ସଭା ଗୃହରେ କୃଷକ ମୋର୍ଚ୍ଚା ପକ୍ଷରୁ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ମହେଶ୍ୱର ସାହୁ ଉପସ୍ଥିତ ହୋଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ,ଶମ୍ଭୁନାଥ ରାଉତ, ସୁବ୍ରତ ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇ ଅଭିଭାଷଣ ଦେବା ସହିତ ଜିଲ୍ଲାର ସମସ୍ତ ବୁଥ୍ ରେ କିଭଳି ବୃକ୍ଷ ରୋପଣ ହେବ ସେଥିପାଇଁ ମଣ୍ଡଳ ସ୍ତରରେ ଦାୟିତ୍ୱ ବଣ୍ଟନ କରିଥିଲେ। ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜେଶ ସିଂ ମଞ୍ଚ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ