ଜାନୁଆରୀ ୨୬ରୁ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ଷ୍ଟାଡିୟମ ଠାରେ ଜାନୁଆରୀ ୨୬ରୁ ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍ -୨୦୨୬ ଆରମ୍ଭ ହୋଇ ଫେବୃଆରୀ ୧ରେ ଶେଷ ହେବ ବୋଲି ବୁଧବାର ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ଗୁଡିକ ୨୦-ଟି୨୦ ଫର୍ମାଟରେ ପ୍ରତ୍ୟେକ ଦିନ ୨ଟି ମ୍ୟାଚ୍ ଅନୁଷ୍ଠିତ ହେବ । ରାଜ୍ୟ ବାହାରୁ ୪ ଓ ରାଜ୍ୟ ଭିତରୁ ୪ ଦଳ ଏଥିରେ ଅଂଶ ଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟ ଭଦ୍ରକ ଜିଲା କ୍ରିକେଟ ଆସୋସିଏସନ ଏବଂ ଓଡିଶା କ୍ରିକେଟ ଆସୋସିଏନସ ସହ ଅନୁବନ୍ଧିତ ହୋଇ ସେମାନଙ୍କର ସମ୍ପୂର୍ଣ୍ଣ ସହଯୋଗରେ ଟୁର୍ଣ୍ଣାମେଣ୍ଟ ସୂଚାରୁରୂପେ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ପାଇଁ ସଭାପତି ଭାବେ ସୁବାଷ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ଭାବେ ଅରୁଣ କୁମାର ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟିଙ୍କୁ ମନୋନୀତ କରାଯାଇଥିଲା । ଟୁର୍ଣ୍ଣମେଣ୍ଟକୁ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟୀତ୍ୱ ବଣ୍ଟନ କରାଯାଇଥିଲା । ବୈଠକରେ ଡ.ସୁଧାଂଶୁ ଶେଖର ନାୟକ, ଉତ୍ତମ ଚରଣ ନାୟକ, ଚିତ୍ତ ରଞ୍ଜନ ନାୟକ, ଶୁଭେନ୍ଦୁ କୁମାର ମିଶ୍ର, କେଦାରନାଥ ମହାନ୍ତି, ଉମାକାନ୍ତ ନାୟକ, ମାଧବାନନ୍ଦ ଦାସ, ସେକ୍ ୟାକତ୍ ଅଲ୍ଲୀ, ସୁଧିର କୁମାର ନାୟକ, ଅକ୍ଷୟ କୁମାର ଜେନା, ବିଜୟ କୁମାର ନାୟକ, ଅଜୟ କୁମାର ନାୟକ, ଇଂ.ସୁଧାଂଶୁ ଶେଖର ନାୟକ, ଗୌରାଙ୍ଗ ଚନ୍ଦ୍ର ଧଳ, ମାର୍କଣ୍ଡ ଚରଣ ବେହେରା, ଆଲୋକ ରଞ୍ଜନ ମୁଖାର୍ଜୀ, ସଞ୍ଜୟ କୁମାର ମଜୁମଦାର, ସୁଧାଂଶୁ ଶେଖର ମହାନ୍ତି, କୃପାସିନ୍ଧୁ ସ୍ୱାଇଁ, ବ୍ରହ୍ମାନନ୍ଦ ପରିଡା, ପ୍ରଭାସ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ସାହୁ, ସଞ୍ଜୀବ କୁମାର ବେହେରା, ଭାଗିରଥି ସେଠୀ, ଶିଶିର ବିଶ୍ୱାଳ, ସାଇସତ୍ୟ ନାୟକ, ଦେବଦତ୍ତଜଗଜିତ୍ ଜେନା, ରବିନ୍ଦ୍ର ସେଠୀ, ହେମନ୍ତ ମଲ୍ଲିକ, ଶକ୍ତିଧର ରାଉତ, ମୁନା ବେହେରା, ଶରତ ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ଏହି ବୈଠକୁ ଶ୍ରୀକାନ୍ତ ବିଶ୍ୱାଳ, କାହ୍ନା ନାୟକ, ଶ୍ରୀକାନ୍ତ ନାୟକ ସଂଯୋଜନା କରିଥିଲେ ।


