ନାଉଗାଁରେ ସାରା ଓଡିଶା ପ୍ରତିବାଦ ଦିବସ ପାଳନ
ନାଉଗାଁ,(ଓ୍ବାଇଏନଏସ):ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଂଚର ଉପସଭାପତି ତଥା ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଏଆଇକେକେଏମଏସ)ର ସର୍ବ ଭାରତୀୟ ନେତା ପ୍ରକାଶ ମଲ୍ଲିକଙ୍କୁ ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଭାବରେ ଗିରଫ କରାଯିବା ବିରୋଧରେ ଏଆଇକେକେଏମଏସ୍ ର ଓଡିଆ ରାଜ୍ୟ କମିଟି ପକ୍ଷରୁ ଦୃଢ ନିନ୍ଦା କରାଯିବା ସହିତ ଏପ୍ରିଲ ୨ ସାରା ଓଡିଶା ପ୍ରତିବାଦ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳ-କଂଟୁଣିଆ ସଂଯୋଗ ରାସ୍ତାର ଓରଣ୍ଡ ଛକରେ ପ୍ରତିବାଦ ଦିବସ ପାଳନ କରାଯାଇଛି। ଏଆଇକେକେଏମଏସ ର ଜଗତସିଂହପୁର ଜିଲ୍ଲା ସଂଗଠକ ମହେଶ୍ୱର ଦାସଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନାଉଗାଁ ବ୍ଲକ କମିଟି ସଭାପତି ବସନ୍ତ ମଲ୍ଲିକ, ପୂର୍ଣ୍ଣିମା ଦାସ, ସୂର୍ଣ୍ଣଲତା କାଣ୍ଡୀ, ରଶ୍ମୀରେଖା ନାୟକ ପ୍ରମୁଖ ସାମିଲ ହୋଇ ଅବିଳମ୍ବେ ବିନା ସର୍ତରେ ପ୍ରକାଶ ମଲ୍ଲିକଙ୍କୁ ଖଲାସ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କରାଯାଇଥିଲା।


