ଅଳଉତି ଉଚ୍ଚ ବିଦ୍ୟାଳୟର ୧୯୮୩ ବ୍ୟାଚ୍ ବନ୍ଧୁମିଳନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଳଉତି ଉଚ୍ଚ ବିଦ୍ୟାଳୟର ୧୯୮୩ ବ୍ୟାଚ୍ ସିନିୟର ଓ ଜୁନିୟର ଛାତ୍ରଛାର୍ତ୍ରୀ ମାନଙ୍କ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାରନାଥ ମହାନ୍ତିଙ୍କ ସଭାପତିତ୍ୱ ତଥା ବିଶ୍ୱମ୍ବର ପଣ୍ଡାଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ପୁରୁଣା ଦିନର ଅନୁଭୂତିକୁ ବଖାଣିବା ସହ ନିଜର କର୍ମମୟ ଜୀବନ ସମ୍ପର୍କରେ କହିଥିଲେ । ଶେଷରେ ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶହେରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ