ଅଯୋଗ୍ୟ ହାତେଇଛନ୍ତି ଆବାସ ଯୋଜନା : ସି.ଓ. ବିରୁଦ୍ଧରେ ଅଭିଯୋଗ ଆଣିଲେ ମହିଳା ହିତାଧିକାରୀ

କଟକ (ଓ୍ବାଇଏନଏସ) : କଟକ ମହାନଗର ନିଗମ ୫୭ ନଂ ୱାର୍ଡର ଗୋଷ୍ଠୀ ସଂଗଠିକା (ସି.ଓ) ଶ୍ରୀମତୀ ରାଜଶ୍ରୀ ମହାନ୍ତି ତାଳତୁଳ ନୀତି, ପକ୍ଷପାତିତା ଓ ଭିନ୍ନ ଉଦ୍ଦେଶ୍ୟ ଯୋଗୁଁ ବଳିପଡୁଛନ୍ତି ଯୋଗ୍ୟ ହିତାଧ୍ୟାକାରୀ ବଞ୍ଚିତ ହେଉଛନ୍ତି, ସରକାରୀ ଯୋଜନାରୁ । ପ୍ରଧାନମନ୍ତ୍ରୀ ଆବାସରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିବାବେଳେ ସି.ଓ ମ୍ୟାଡ଼ାମ୍ ଜଣକ ଭିନ୍ନ ଉଦ୍ଦେଶ୍ୟ ରଖି ଏହିପରି ତାଳତୁଳ ନୀତି ଧରି ପ୍ରକୃତ ଦିନମଜୁରିଆ, ଗରିବ ଲୋକଙ୍କୁ ହଇରାଣ ହରକତ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରୁଛନ୍ତି ବୋଲି ୫୭ ନଂ ୱାର୍ଡ ଶ୍ରୀକୋରୁଆଁ ଗ୍ରାମର ଶ୍ରୀମତୀ ଇ.ତୃପ୍ତିମୟୀ ନାମକ ଜଣେ ମହିଳା ସି.ଏମ୍.ସି କମିଶନର ଶ୍ରୀଯୁକ୍ତ ଅନାମ ଚରଣ ପତ୍ର ନିକଟରେ ଲିଖ୍ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସେ ଜଣେ ଦିନମଜୁରିଆ ଗରିବ ପରିବାରର ମହିଳା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ନିମନ୍ତେ ସମସ୍ତ ପ୍ରମାଣପତ୍ର ସହିତ ଅନଲାଇନ୍ ଦ୍ବାରା ଆବେଦନ କରିବା ସହିତ ଦୀର୍ଘଦିନ ହେବ ବିକାଶ ଭବନ ସ୍ଥିତ ବସ୍ତି ଉନ୍ନୟନ କାର‌୍ୟ୍ୟାଳୟରେ ଦାଖଲ କରିଥିଲେ ସୁଦ୍ଧା ୱାର୍ଡର ଗୋଷ୍ଠୀ ସଂଗଠିକା (ସି.ଓ) ରାଜଶ୍ରୀ ମହାନ୍ତି ଭିନ୍ନ ଉଦ୍ଦେଶ୍ୟ ରଖ୍ ଏକାଧ୍ଵକ ଯୋଗ୍ୟ ହିତାଧ୍ୟାକାରୀଙ୍କୁ ହଇରାଣ ହରକତ କରିବା ସହିତ ଅଫିସ୍ କୁ ବାରମ୍ବାର ଦୌଡାଇ ମାନସିକ ନିର‌୍ୟାତନା ଦେଇ ଶେଷରେ ନିରାଶ କରାଉଥ୍‌ବାରୁ, ଏ ପରି ଏକ ସଂବେଦନଶୀଳ ଘଟଣାକୁ ତଦନ୍ତ କରି/କରାଇ ଓ ବିଚାରକୁ ନେଇ ଗୋଷ୍ଠୀ ସଂଗଠିକା (ସି.ଓ) ରାଜଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କର କୌଣସି କୋଠାଘର ନଥିବାରୁ କାଳବୈଶାଖୀ ଓ ବାତ୍ୟା, ବନ୍ୟା ସମୟରେ ତାଙ୍କ ପରିବାର ଧନ, ଜନ, ଜୀବନ ପ୍ରତି ବିପଦ ଥ‌ିବାରୁ ସେ ଆବେଦନ କରିଥିବା ଦରଖାସ୍ତ ତୁରନ୍ତ ବିଚାରକୁ ନେଇ ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ନମନ୍ତେ ଅନୁମତି ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ